Odisha news

ବ୍ରାହ୍ମଣ ନରସିଂହପୁରରୁ ୮ କରୋନା ଚିହ୍ନଟ

0

କୁଆଖିଆ : ରସୁଲପୁର ବ୍ଲକ ଅଂଚଳର ବ୍ରାହ୍ମଣ ନରସିଂହପୁର ଦିପାଂଚଳ ହାଇସ୍କୁଲରେ ଆଜି କୋଭିଡ ଟେଷ୍ଟ କରାଯାଇଥିଲା । ମୋଟ ୧୨୧ ଜଣଙ୍କ ମଧ୍ୟରୁ ୧୧୭ ଜଣଙ୍କର ଆଂଟିଜେନ ଟେଷ୍ଟ ଓ ୪ ଜଣଙ୍କର ଆରପିସିଆର ଟେଷ୍ଟ କରାଯାଇଥିଲା । ସ୍ୱାବ ସଂଗ୍ରହ କେନ୍ଦ୍ରରୁ ଆଜି ପୁଣି ୮ ଜଣଙ୍କର କରୋନା ପଜିଟିଭ ବାହାରିଥିଲା । ଲଗାଣ ବର୍ଷାସତ୍ୱେ ଗନ୍ଧଣ,ଟିକରପଡା,ବଡକଇଁଚି ଆଦି ପଂଚାୟତର ଲୋକେ ସ୍ୱାବ ଟେଷ୍ଟ କରିବା ପାଇଁ ଆସିଥିଲେ । ଏଥିରେ ରସୁଲପୁର ତହସିଲଦାର ଜ୍ୟୋତି କାନ୍ତ ଭୁଜବଳ ,ବିଡିଓ ଉମାକାନ୍ତ ପରିଡା ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ଡାଃ ବିଶ୍ୱରଂଜନ କର ପ୍ରମୁଖ ଉପସ୍ତିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୁଲ୍ୟ କୁମାର ଦାସ ଟିକର ପଡା ସରପଂଚ ଅତୁଲ୍ୟ ପ୍ରଧାନ ଅଲେଖ ରାଉତ ,ପ୍ରହାଲ୍ଲାଦ ରଣା ,ପୂର୍ବତନ ସରପଂଚ ଶ୍ରୀଧର ବିଶ୍ୱାଳ ,ପୂର୍ବତନ ସମିତି ସଭ୍ୟ ଅନନ୍ତ ପୁହାଣ ,ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଅନିଲ ଅଙ୍ଗରାଇ ,ଶିକ୍ଷକ ଆର୍ତବନ୍ଧୁ ବୋଇତାଇ,ତପନ କୁମାର ସାହୁ,ପ୍ରଫୁଲ କୁମାର ମିଶ୍ର,ଅଶୋକ କୁମାର କର,ଉମେଶ ଚନ୍ଦ୍ର ବିଶ୍ୱାଳ,ପ୍ରଭାତୀ ଧଳ,ଦିନବନ୍ଧୁ ବେହେରା ଓ ବ୍ରାହ୍ମଣ ନରସିଂହପୁର ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ । ଆଜି ବାହାରିଥିବା ୮ ଜଣଙ୍କୁ ହୋମ ଆଇସୋଲେସନରେ ଛଡାଯାଇଥିବା ଜଣାପଡିଛି । ସେହିପରି ଗତକାଲି ସୁଆଁସାହି ଠାରେ ମୋଟ ୧୧୩ ଜଣଙ୍କର ଆଂଟିଜେନ କରାଯାଇଥିଲା ସେଥିରୁ ୨୦ ଜଣଙ୍କର ପଜିଟିଭ ବାହାରିଥିଲା ।

Leave A Reply