କୁଆଖିଆ : ରସୁଲପୁର ବ୍ଲକ ବଡକଇଁଚି ପଂଚାୟତ ମଧୁବନ ହାଟ ଠାରେ ବିରାଜ ମାନ କରିଥିବା ମହାପ୍ରଭୁ ବାବା ଅମୃତେଶ୍ୱରାୟଙ୍କ ବାର୍ଷିକ ପୁନଃ ପ୍ରତିଷ୍ଠା ବିଶ୍ୱଶାନ୍ତି ମହାଯଜ୍ଞ ଆଜି ଶୁକ୍ରବାର ଦିନ ନିରାଡମ୍ବରଭାବେ କରୋନା ପାଇଁ ପୁର୍ଣ୍ଣାହୁତିରେ ସମାପ୍ତ ହୋଇଛି । ସାମାଜିକ ଦୁରତାରେ ମଣ୍ଡଳାଦି କରଣ ଓ ସଦ୍ୟ ଅଙ୍କୁରା ରୋପଣ କରାଯାଇ ପ୍ରାତଃ ସମୟରେ କଳସ ଶୋଭାଯାତ୍ରା କରାଯାଇଥିଲା ।
ଏହା ପରେ ପଣ୍ଡିତ ବାବୁ ପଣ୍ଡା,ଶରତ ରଥ ଯଜ୍ଞାଗ୍ନୀ ସ୍ଥାପନ କରିବା ପରେ କର୍ତା ପ୍ରଶାନ୍ତ ରଥ କର୍ତୀ ମୌସୁମୀ ରଥ ସହ କର୍ତା ସୌମ୍ୟରଂଜନ ରାଉତ କର୍ତୀ ସଂଯୁକ୍ତା ସାମଲ,ଅଭିମନ୍ୟୁ ତରାଇ,କର୍ତୀ ବାସନ୍ତି ତରାଇ, ଙ୍କ ଦ୍ୱାରା ବିଶ୍ୱ ଶାନ୍ତି ଯଜ୍ଞ ହୋଇଥିଲା ।
ସୂର୍ଯ୍ୟ ପୁଜା ଗୋ ପୁଜା , ଅମୃତେଶ୍ୱର ବାବା ଶିବଙ୍କ ମହାଭିଷେକ ହୋଇଥିଲା । ଉତ୍ସବରେ ପାଂଚଗୋଛିଆ ଗ୍ରାମର ମୁଖ୍ୟ ଉଦ୍ୟେକ୍ତା ତପନ ତରାଇ, ପ୍ରତିଷ୍ଠାତା ଚାରୁବାଳା ରଥ,ପ୍ରକାଶ ସାହୁ,ପ୍ରତାପ ସ୍ୱାଇଁ,ଆଲୋକ ପହି,ପ୍ରମୋଦ ସ୍ୱାଇଁ,ଗଣେଷ ସାହୁ,ଗିରିବାବା ଯୋଗ ଦେଇ ଯଜ୍ଞରେ ସହଯୋଗ କରିଥିଲେ । ଏହି ଯଜ୍ଞ କାର୍ଯ୍ୟକୁ ପଣ୍ଡିତ ସୁଦର୍ଶନ ପଣ୍ଡା , ଏବଂ ଅନ୍ୟ ପଣ୍ଡିତ ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଏଥିରେ ସମସ୍ତ ପାଂଚଗୋଛିଆ ଗ୍ରାମବାସୀ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ ।