କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ପଂଚାୟତ ରାଜିବ ଗାନ୍ଦୀ ସେବା କେନ୍ଦ୍ରରେ କଲଣ ପଂଚାୟତ ଅନୁକୁଲ୍ୟରେ ୫୧ ଜଣ କୋଭିଡ ଯୋଦ୍ଧାଙ୍କୁ ସେମାନଙ୍କର ଅବଦାନ ପାଇଁ ପ୍ରଶଂସାପତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
ଶିକ୍ଷାବିତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଦ୍ୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧୁପୁର କଲେଜର ଅଧ୍ୟକ୍ଷ କୁଶଧର ପଣ୍ଡା ସମ୍ମାନିତ ଅତିଥି ଭାବେ କଲଣ ପଂଚାୟତ ସରପଂଚ ସଂଗୀତା ରାଣୀ ସାହୁ ସମିତି ସଭ୍ୟ ବିନୋଦ ବିହାରୀ ସାହୁ ଅଧ୍ୟାପକ ପଦ୍ମନାଭ ବାରିକ, ବିକାଶ ବେହେରା,ଲକ୍ଷ୍ମୀକାନ୍ତ ଭୁଏ,ଯୋଗଦେଇ କରୋନା ସମୟରେ କାର୍ଯ୍ୟରତ ୧୮ ଜଣ ଶିକ୍ଷକ,୧୦ ଜଣ ଆଶା ଓ ଅଙ୍ଗନବାଡି କର୍ମୀ,୩ ମହିଳା ସଂଘ,୮ ଜଣ ସିଆରପି,୮ ଜଣ ସଫେଇ ସେବକ,୪ ଜଣ ପଶୁ ଚିକିସôକ,ମୋଟ ୫୧ ଜଣ ଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାପତ୍ର ଦିଆଯାଇଥିଲା । ଏଥିରେ ସଂଯୋଜକ ଭାବେ ଶିକ୍ଷକ ମନୋଜ କୁମାର ଶତପଥୀ ପ୍ରାରମ୍ବିକ ସୂଚନା ଦେଇଥିଲେ ।
ଶିକ୍ଷକ ଶ୍ୟାମ ସୁନ୍ଦର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ୱାଗତ ଭାଷଣ ଦେଇଥିଲେ । ଉମେଶ ଚନ୍ଦ୍ର ସାହୁ ମାନପତ୍ର ପାଠ କରିଥିଲେ । ଦେବବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ରମେଶ ଚନ୍ଦ୍ର ସାହୁ ,ଆଲୋକ କୁମାର ସାହୁ,ବାଉରିବନ୍ଦୁ ମଳିକ,ରଂଜିତ ମଳିକ, ପ୍ରଧାନ ଶିକ୍ଷକ ଧିରେନ୍ଦ୍ର ସାହୁ, ବସନ୍ତ ଶତପଥି,ଅଶୋକ କୁମାର ସାହୁ,ଜିତେନ୍ଦ୍ର ସାହୁ,କାଳନ୍ଦି ସାହୁସାମାଜିକ ଦୁରତାକୁ ରକ୍ଷା କରି ସମସ୍ତ କାର୍ଯ୍ୟ କ୍ରମ ପରିଚାଳନାରେ ସହେଯାଗ କରିଥିଲେ ।