Odisha news

କରୋନା ଠାରୁ ଅଧିକ ଭୟଙ୍କର ମଙ୍କି ବି ଭାଇରସ , ଠିକ୍ ସମୟରେ ଚିକିତ୍ସା ନହେଲେ ମୃତ୍ୟୁ ସୁନିଶ୍ଚିତ

ନୂଆଦିଲ୍ଲୀ : ବିଶ୍ଵ କରୋନା ରୁ ରକ୍ଷା ନପାଇବା ପୂର୍ବରୁ ଆଉ ଗୋଟିଏ ନୂଆ ଭାଇରସ ଦ୍ଵାରା ଆକ୍ରାନ୍ତ ହେଲାଣି । ଏହାର ନାମ ହେଉଛି ମଙ୍କୀ ବି ଭାଇରସ , ଏହି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇ ଚିନ ରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ୫୩ ବର୍ଷୀୟ ଏହି ସର୍ଜନ ମଙ୍କି ବି ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଛନ୍ତି । ଚୀନ୍ ର ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ମତରେ ଏହି ଭାଇରସ ସେହି ମାନଙ୍କ ପାଇଁ ଭୟଙ୍କର ଅଟେ , ଯେଉଁମାନେ ମାଙ୍କଡ ମାନଙ୍କ ସହିତ ରହୁ ଥିବେ ସେହି ମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଛି ।
ଗ୍ଲୋବାଲ ଟାଇମ୍ ସୂଚନା ଅନୁସାରେ ଚୀନ୍ ର ରାଜଧାନୀ ବେଜିଂ ଠାରେ ଜଣେ ପଶୁ ଚିକିତ୍ସକ ମାର୍ଚ୍ଚ ମାସରେ ଦୁଇଟି ମଲା ମାଙ୍କଡ ଉପରେ ଏହି ଗବେଷଣା କରିଥିଲେ । ଏହି ଚିକିତ୍ସକ ଜଣଙ୍କୁ ଏକ ମାସ ପରେ ବାନ୍ତି ହେଲା , ଏହି ବାନ୍ତି ଲଗାତାର ହୋଇ ଥିଲା । ଅଧିକାଂଶ ସ୍ଥାନରେ ଚିକିତ୍ସା କରାଯାଇ ଥିଲେ ମଧ୍ୟ ତାଙ୍କର ମୃତ୍ୟୁ ମଇ ମାସରେ ହୋଇଥିଲା ।
ଏହି ଭାଇରସ କୁ ଜାଣିବା ପାଇଁ ଗୋଟିଏ ଇନଷ୍ଟିଚ୍ୟୁଟରେ ପରୀକ୍ଷା କରା ଯାଇଥିଲା । ଜଣା ପଡିଥିଲା ଯେ ଏହି ଭୂତାଣୁ ଟି ମାଙ୍କି ବି ଅଟେ । ଏହା ବୟସ୍କ ମାଙ୍କଡ ମାନଙ୍କ ନିକଟରୁ ବ୍ୟାପିଥାଏ । ଏହା ସାଧାରଣ ମାଙ୍କଡ ମାନଙ୍କୁ ମଧ୍ୟ ହୋଇପାରେ । ମଂକି ବି ଭାଇରସ କୁ ହରପିସ୍ ବି ଭାଇରସ ମଧ୍ୟ କୁହାଯାଏ ।
କରୋନ ମହାମାରୀ ଭଳି ଏହି ଭାଇରସ ରେ ମଧ୍ୟ ଜ୍ଵର , ଶ୍ୱାସ କ୍ରିୟାରେ କଷ୍ଟ , ମୁଣ୍ଡ ବିନ୍ଧା ଇତ୍ୟାଦି ଦେଖା ଦେଇଥାଏ । ବାନ୍ତି ସମସ୍ୟା ମଧ୍ୟ ମଙ୍କୀ ବି ଭାଇରସ ର ଗୋଟିଏ ଲକ୍ଷଣ । ଏହି ରୋଗ ଗମ୍ଭୀର ରୂପ ଧାରଣ କରିବା ଦ୍ୱାରା ମସ୍ତିଷ୍କ ରେ ଫୁଲା ସମସ୍ୟା ଦେଖାଦିଏ ଓ ନ୍ୟୁରୋ ସମସ୍ୟା ଦେଖା ଦେଇଥାଏ । ତା ସହିତ ନର୍ଭ ସିଷ୍ଟମ ଡ୍ୟାମେଜ୍ ହୋଇଥାଏ । ଚିକିତ୍ସକ ମାନେ କହିଛନ୍ତି ଯେ ଠିକ୍ ଭାବରେ ଚିକିତ୍ସା ନହେବା ଦ୍ଵାରା ରୋଗୀର ମୃତ୍ୟୁ ହୋଇପାରେ ।

Comments are closed.