Odisha news

ଢେଙ୍କାନାଳ ଜିଲ୍ଲାରେ କରୋନା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ସୁସ୍ଥଙ୍କ ସଂଖ୍ୟା ୬

0

ଢେଙ୍କାନାଳ ,୨୭ ।୧୨ : ଢେଙ୍କାନାଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ କ୍ରମଶଃ କମିବାରେ ଲାଗିଥିବା ବେଳେ ଆଜି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧିନ ପରେ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଚିହ୍ନଟ ଆକ୍ରାନ୍ତ ମାନେ କଟକ ଓ ଭୁବନେଶ୍ୱରେ ଚିକିତ୍ସାଧିନ ଅବସ୍ଥାରେ ହୋଇଥିବା ଅବସ୍ଥାରେ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ୨ ଆକ୍ରାନ୍ତ ପରଜଙ୍ଗ ବ୍ଳକ କନ୍ଦରସିଂହାରୁ ଜଣେ ଓ ଢେଙ୍କାନାଳ ପୌରାଂଚଳର କୁଞ୍ଜକାନ୍ତରୁ ଜଣେ ବୋଲି ଜଣାପଡିଛି । ଅନ୍ୟପଟେ ଚିକିତ୍ସାଧିନ ପରେ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାର ପ୍ରଶାସନ ସୂଚନା ଦେଇଛି । ମୋଟ ୧ ଲକ୍ଷ ୫୨ ହଜାର ୯୫୮ ଜଣ ପରୀକ୍ଷା କରିଥିବା ବେଳେ ସେଥିମଧ୍ୟରୁ ୫ ହଜାର ୬୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସାଧିନ ପରେ ୫ ହଜାର ୬୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯ ଜଣ ଚିକିତ୍ସାଧିନ ଥିବାର ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ମୃତୁ୍ୟ ବରଣ କରିଥିବାର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

Leave A Reply