Odisha news

ବାଲ୍ୟ ବିବାହ ମୁକ୍ତ ଗ୍ରାମ କୁ ନେଇ ସଚେତନ କାର୍ଯ୍ୟା କ୍ରମ ଅନୁଷ୍ଠିତ

0

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟଲୟ ଶୋଭା ଗୃହରେ ଗୁରୁବାର ଦିନ ବାଲ୍ୟବିବାହ ମୁକ୍ତ ଗ୍ରାମ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କୋରାପୁଟ   ତରଫରୁ ଅନୁଷ୍ଠିତ ହେଇଥିଲା l ଏଥିରେ ଗ୍ରାମମାଞ୍ଚଳର କିଶୋରୀ କିଶୋର ବାଲ୍ୟ ଯୁବତୀ ଯୁବକ ମାନଙ୍କର ବିବାହକୁ କିଭଳି ରୋକା ଯାଇପାରିବ, ଓ ଅଭିଵାବକ ମାନେ ଏହା ଉପରେ କିଭଳି ନିଜ ନିଜ ପିଲାମାନଙ୍କୁ ସଚେତନ କରିପାରିବେ ଏବଂ ଏହା ଉପରେ କଣ ଆଇନ ରହିଛି, ଓ ବାଲ୍ୟ ବିବାହ ହେବାର ଦେଖାଦେଲେ କାହା ନିକଟରେ ଅଭିଯୋଗ କଲେ ଏହା ରୋକା ଯାଇପାରିବ ଏହାକୁ ନେଇ ଆଲୋଚନା ହେଇଥିଲା l ଉକ୍ତ  କାର୍ଯ୍ୟକ୍ରମରେ ସ୍ଥାନୀୟ ବି, ଡି, ଓ ଲୋଳିତ ମଣ୍ଡଳ, ବ୍ଲକ ଅଧକ୍ଷା କୋମଳା ଭତରା, ସି, ଡି,ପି,ଓ, ସୃତିଦେବୀ ଥ୍ରିପାଠୀ,ଶୋଭା   ପ୍ରଜେକ୍ଟ କଡିନେଟର ବିଜୟ ପଟନାୟକ, ଏମ,ଡି, ଆମଜାଦ, ମଣ୍ଟୁ ମହାନ୍ତି,  ଯୋଗ ଦେଇଥିବା ବେଳେ କୋଟପାଡ଼ ଥାନା ଶିଶୁ ଆଇନ ଭିବାଗ ର କର୍ମଚାରି, ଆଇନଜୀବୀ  ପ୍ରମୁଖ ଯୋଗ ଦେଇ ସଚେତନତା  କୋରାଇଥିଲେ l ଉକ୍ତ କାର୍ଯ୍ୟ କ୍ରମରେ କୋଟପାଡ଼ ବ୍ଲକ ର ୮ ଗୋଟି ପଞ୍ଚଯାତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜନ ପ୍ରତିନିଧି ଏବଂ ଅଙ୍ଗନୱାଡି କେନ୍ଦ୍ରର ୱାରକେର ଉପସ୍ଥିତ ରେ ୮ ଗୋଟି ପଞ୍ଚଯାତର ୨୦୦ ସହ ରୁ ଉର୍ଦ୍ଧ ଗ୍ରାମ ବାସି ଉପସ୍ଥିତ ରହି କୋଟପାଡ଼ ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସପଥ ନେଇଥିଲେ  l

Leave A Reply