Odisha news

କୋରେଇ : ଚାଷୀଙ୍କ ଜମାଖାତାକୁ ବୀମାରାଶି ପ୍ରଦାନ କରିବାକୁ ଦାବୀ

0

କୋରେଇ : ମହାମାରୀ କରୋନା ପାଇଁ ସାରା ଦେଶରେ ଲୋକମାନେ ଏବେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କିପରି ଲୋକମାନେ କାମଧନ୍ଦା କରି ଚଳିବା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଛନ୍ତି । ତାହା ସହିତ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣକୁ ପରିଶୋଧ କରିବାର ସମୟ ସିମାକୁ ବଢାଉଥିବା ବେଳେ ଏବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଯାଜପୁରରୋଡ ଶାଖା ଅଧିନ  ବରୁଣ୍ଡେଇ ପ୍ରାଥମିକ କୃଷି ସମବାୟ ସମିତିରୁ ନେଇଥିବା ଋଣ ବାବଦରେ ତାରାକୋଟ ପଂଚାୟତର କ୍ଷତିଗ୍ରସ୍ଥ ଚାଷୀମାନଙ୍କୁ ମିଳିଥିବା ବୀମାରାଶିକୁ   ସିଧାସଳଖ ଚାଷୀମାନଙ୍କ ଜମାଖାତାକୁ ନଦେଇ ନେଇଥିବା ଋଣରେ ଆଡଜେଷ୍ଟ କରିବାକୁ ବାଧ୍ୟ କରାଯାଉଛି । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ପ୍ରକାଶ କି ଗତବର୍ଷ ଖରିଫ ଚାଷପାଇଁ ବରୁଣ୍ଡେଇ ପ୍ରାଥମିକ କୃଷି ସମବାୟ ସମିତିରୁ ତାରାକୋଟ ପଂଚାୟତର ତାରାକୋଟ ସାଆନ୍ତ ସାହି, ତରପଦା, ଉତରକୋଟ ଓ କେଶୁଆ ଗ୍ରାମର ଚାଷୀମାନେ କୃଷିଋଣ ନେଇ ଚାଷକାର୍ଯ୍ୟ କରିଥିଲେ । ମାତ୍ର ଧାନ ଫସଲରେ ବହୁ ମାତ୍ରାରେ ପୋକ ଲାଗିବା ଓ ଅମଳ ସମୟରେ ବର୍ଷା ହେତୁ ଫସଲ ବହୁମାତ୍ରରେ କ୍ଷତି ହୋଇଥିଲା । ଯାହା ସରକାରଙ୍କ କୃଷି ବିଭାଗ ଓ ରାଜସ୍ୱ ବିଭାଗ ଦ୍ୱାରା କରାଯାଇଥିବା କ୍ରପକଟିଙ୍ଗରୁ ଜଣାଯାଏ । ସରକାରଙ୍କ ଏହି କ୍ରପକଟିଙ୍ଗକୁ ଆଧାରକରି ବୀମା କମ୍ପାନୀ ପକ୍ଷରୁ ତାରାକୋଟ ପଂଚାୟତର ଚାଷୀ ମାନଙ୍କୁ ୨୦ା୦୫ା୨୦୨୦ ତାରିଖରେ ଚିଠି ସଂଖ୍ୟା ୫୮୪ ରେ ୪୯ % ବୀମାରାଶିକୁ ଲୋନରେ ଆଡଜେଷ୍ଟ କରିବାକୁ ସମବାୟ ସମିତି ଓ ବ୍ୟାଙ୍କ ଗୁଡିକୁ ନିଦେ୍ର୍ଦଶ ଦିଆଯାଇଛି ।

ବର୍ତମାନ ସ୍ଥିତିରେ ଚାଷୀ ମାନଙ୍କର ଆର୍ଥୀକ ମାନଦଣ୍ଡ ଭାଙ୍ଗୀ ପଡିଛି । ଫଳରେ ଚାଷୀମାନେ ଅଭାବ ଅନାଟନରେ ଗତି କରୁଛନ୍ତି । ତେଣୁ ବୀମା କମ୍ପାନୀ ପକ୍ଷରୁ ମିଳିଥିବା ବୀମା ରାଶିକୁ ଚାଷୀମାନଙ୍କ ଜମାଖାତାକୁ ଦେବାସହ ପୁଣି ସେମାନଙ୍କୁ ପୂନ୍ନରବାର ଋଣଦେବା ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କୁ ଦାବୀ ଜଣାଇଛନ୍ତି । ଏହା ଉପରେ ରାଜ୍ୟ ସରକାର ପୂନ୍ନର ବିଚାର ନକଲେ ତାରାକୋଟ ପଂଚାୟତ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ଅରୁଣ କୁମାର ସିହ୍ନା, ଜନାର୍ଦ୍ଧନ କର, ମଜିବୁର ରହେମାନ, ପ୍ରକାଶ କୁମାର ସାହୁ, ନାରାୟଣ ରାଉତ, ତରୁଣ କୁୂମାର ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ସେକ୍ ବଦରୁଦ୍ଦିନ, ମୁରଲୀ ଧର ପତି, ସଏଦ କୁଦୁସ, ଶାହା ଫଜଲ ଏଜଦାନ, ମହମ୍ମଦ ଅପସର, ସୁଧିର କୁମାର ସିହ୍ନା, ରବିନ୍ଦ୍ର କୁମାର ମହାରଣା ଓ ଅଶୋକ କୁମାର ସାହୁଙ୍କ ସମେତ ବହୁଚାଷୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.