Odisha news

କୋରେଇ ବ୍ଳକରେ ଆଜି ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରେ ପହଁଚିଲା

0

କୋରେଇ : କୋରେଇ ବ୍ଳକରେ ଆଜି ପୁଣି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ବ୍ଳକର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରେ ପହଁଚିଛି । ଆଜି ତାରାକୋଟ ପଂଚାୟତର ତାରାକୋଟ ଗ୍ରାମର ୫୦ ବର୍ଷିୟ ଜଣେ ତେଲେଙ୍ଗାନା ଫେରନ୍ତା ୨୦  ତାରିଖରେ ଆସି ତାରାକୋଟ ରଘୁନାଥ ସାହୁ ନୋଡାଲ ଉଚ୍ଚ ବିଦ୍ୟାପିଠ ସଂଗରୋଧ କେନ୍ଦ୍ରରେ ରହିଥିଲେ ।

ସେହିପରି ଅସନଝର ପଂଚାୟତ ସୋଲବନ୍ଦି ଗ୍ରାମର ୪୪ ବର୍ଷିୟ ଜଣେ ମହାରାଷ୍ଟ୍ର ଫେରନ୍ତା ୧୬ ତାରିଖରୁ ଆସି ଅସନଝର ଏଡବ୍ଲୁ ସେଟଂର ସଂଙ୍ଗରୋଧ କେନ୍ଦ୍ରରରେ ରହିଥିଲେ ।

ଉଭୟଙ୍କ ସ୍ୱାବ ୨୩ ତାରିଖ ଦିନ ପରିକ୍ଷା ପାଇଁ ପଠାଯାଇଥିଲା । ଆଜି ରିର୍ପୋଟ ଆସିବାରୁ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଏହି ରିପୋର୍ଟ ଆସିବା ପରେ ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, କୋରେଇ ଗୋଷ୍ଠିସ୍ୱାସ୍ଥୃ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ହିମାଂଶୁ କୁମାର, ବିଡିଏମ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ଡ଼ାକ୍ତରୀ ଟିମ୍ ପହଁଚି ସଂକ୍ରମିତକୁ ଡ଼ୁବୁରୀ ସ୍ଥିତ ଟାଟା ମେଡ଼ିକା କୋଭିଡ୍ ହସ୍ପିଟାଲକୁ ପଠାଇଛନ୍ତି ।

Govt
Leave A Reply