ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଂଚାୟତରେ ୮ଟିରୁ ଉର୍ଦ୍ଧ ସଂଗରୋଧ କେନ୍ଦ୍ର ଖୋଲା ଯାଇଛି । ଏ ସବୁ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅନ୍ତବାସୀଙ୍କ ପକ୍ଷରୁ ଶନିବାର ଅଭିଯୋଗ ହୋଇଛି । କାଇପଡା ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଂଗରୋଧ କେନ୍ଦ୍ରର ଅନ୍ତବାସୀମାନେ ଏନେଇ ଫାଟକ ନିକଟରେ ପ୍ରତିବାଦ୍ କରିଥିବ ଦେଖିବାକୁ ମିଳିଛି । ସକାଳେ ମିଳିଥିବା ଅନ୍ତବାସୀଙ୍କୁ ଚୂଡା ସଂନ୍ତୁଳାରେ ନିମ୍ନମାନର ଚୂଡା ଦିଆଯାଇଥିବା ଅଭିଯୋଗ ହୋଇଛି । ମଧ୍ୟାହ୍ନ ଖାଦ୍ୟ ବିଳମ୍ବରେ ଦିଆଯାଉଥିବାରୁ ଅନ୍ତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏସବୁ ଖାଦ୍ୟକୁ ଅନ୍ତବାସୀମାନେ ରାସ୍ତା ଉପରେ ରଖି ପ୍ରତବାଦ୍ କରିଥିବା ଜଣାପଡିଛି । ଖବର ପାଇ ବରୀ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରି ଖାଦ୍ୟ ଖାଇବାକୁ ଅର୍ନ୍ତବାସୀଙ୍କୁ ଅନୁରୋଧ କରିଥିଲେ ।
କିନ୍ତୁ ଅନ୍ତବାସୀମାନେ ଦିଆଯାଇଥିବା ଖାଦ୍ୟ ଗ୍ରହଣ କରି ନଥିଲେ । ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତିବ୍ରତର ହୋଇଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ କୋଭିଡ ୧୯ ରେ ଆସିଥିବା ଅର୍ଥକୁ ସ୍ଥାନୀୟ ପ୍ରଶାସନ ଓ ଲୋକ ପ୍ରତିନିଧି ମିଳିମିଶି ଅପ ବ୍ୟବହାର କରୁଥିବା ପ୍ରତିବାଦ କାରୀମାନେ କହିଛନ୍ତି ।ଏ ସଂକ୍ରାନ୍ତରେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଆମ ପାଖରେ ଏ ବିଷୟରେ କୈାଣସି ଖବର ଅଭିଯୋଗ ପହଂଚି ନାହିଁ । ଅଭିଯୋଗ ପହଂଚିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଚି ଥିଲାବେଳେ ବ୍ଲକ ପ୍ରଶାସନ ପାଖରେ ଏ ଖବର ନ ପହଂଚିବା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅପରପକ୍ଷେ କଳାମାଟିଆ ସରପଂଚ ସମିର ମଲ୍ଲିକଙ୍କୁ ପଚାରିବାରୁ ସେ କୁହନ୍ତି ସରକାରୀ ନିୟମ ଅନୁଶାରେ ଅନ୍ତବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି ।