Odisha news

ପ୍ରାନ୍ସ ରଷ୍ଟ୍ରଦୂତ ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

0
କୋଣାର୍କ :  ଶନିବାର ସକାଳେ ପ୍ରାନ୍ସ ରଷ୍ଟ୍ରଦୂତ ଏମାନୁଏଲ ଲେନାଇନି ଓ ପ୍ରାନ୍ସ ର ଜେନେରାଲ କଂସୁଲାଣ୍ଟ ଭରଜିନିଏ କୋରଟେଭାଲ କଡା ସୁରକ୍ଷା ବଳୟ ରେ କୋଣାର୍କ ର ସୂର୍ଯ୍ୟ ମନ୍ଦିର ମୂଖ୍ୟ ଫାଟକ ପାଖରେ ପହଁଚିଲା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ,ସ୍ଥାନୀୟ ଏଏସଆଇ ଅଧିକାରୀ ନିରଜ ସିଂ ଓ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଉଭୟ  ବରିଷ୍ଠ ଅଧିକାରୀ  ଦ୍ୱୟ ଙ୍କୁ ସ୍ୱାଗତ କରିବା ସହ ସୂର୍ଯ୍ୟ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ ।
ମନ୍ଦିରର ସୁକ୍ମ ଓ ଜୀବନ୍ତ ମନଲୋଭା ପଥରର କାରୁକାର୍ଯ୍ୟ ଦେଖି  ଉଭୟ ବିମୋହିତ ହୋଇଥିଲେ ।ମନ୍ଦିରର ସଂପୂର୍ଣ୍ଣ କିମ୍ବଦନ୍ତୀ ସରକାରୀ ଗାଇଡି ପ୍ରାନ୍ସ ଭାଷାରେ ରଷ୍ଟ୍ରଦୂତ ଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ରଷ୍ଟ୍ରଦୂତ ଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି କୋଣାର୍କ ଥାନା ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ପରେ ଉଭୟ ବରିଷ୍ଠ ଅଧିକାରୀ ଦ୍ୱୟ ଇଣ୍ଡିଆନଅଏଲ ଦ୍ବାରା ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର କୁ ବୁଲି ଦେଖିଥିଲେ ।
Leave A Reply