ସାରା ଵିଶ୍ଵ ରେ ଏବେ ଆତଙ୍କ ସୃଷ୍ଟି କରିଛି covid 19 ବା କରୋନା ଭାଇରସ।ସରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ସମଗ୍ର ଓଡିଶା କୁ ଲକ ଡାଉନ ଘୋଷଣା କରିଛନ୍ତି। ସରକାର ସୁରକ୍ଷା ଦୃଷ୍ଟିରୁ ପୁରୀ ଜିଲ୍ଲା ସହ କୋଣାର୍କ ଅଞ୍ଚଳ କୁ ମଧ୍ୟ ଲକ ଡାଉନ ଘୋଷଣା କରିଛନ୍ତି। ମାତ୍ର ସମସ୍ତ ବ୍ୟବସ୍ଥା ଓ କଟକଣା ସତ୍ୱେ ସାଧାରଣ ଲୋକ ମାନେ ଏହି ଘୋଷଣା କୁ ଗମ୍ଭୀରତା ର ସହ ନନେଇ ଦିନ ସାରା ବଜାର ରେ ବୁଲୁଥିବା ଦେଖିବାକୁ ମିଳିଛି। ଏପେଟେ କରୋନା ରେ 2 ଜଣ ଆକ୍ରାନ୍ତ ଓଡ଼ିଶା ରେ ଚିକିତ୍ସିତ ହେଉଥିବା ବେଳେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ସହ ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି ମାତ୍ର କୋଣାର୍କ ଅଞ୍ଚଳରେ ଏହି
ଦିଗରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।ସାଧାରଣ ଦିନ ମାନଙ୍କ ପରି ଲୋକ ମାନେ ବଜାର ରେ ବୁଲି ଗାଡି ଚଳାଉ ଥିବା ଦେଖିବାକୁ ମିଳିଛି । ଏବଂ ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହୁଛି ସେଠାରେ ବହୁ ସଂଖ୍ୟକ ଲୋକ ଏକଜୁଟ ହେଉଥିବା ଦେଖିବାକୁ ମିଳୁଛି।ଯାହା ଫଳରେ କରୋନା ସଂକ୍ରମଣ ର ଭୟ ସାଧାରଣ ରେ ସୃଷ୍ଟି ହୋଇଛି। ତେଣୁ ସରକାର ଅଧିକ କଠୋର ପଦକ୍ଷେପ ନେବା ସହ ଓଡ଼ିଶା ତଥା ବିଶେଷ କରି ପୁରୀ ଜିଲ୍ଲା ର ସୁରକ୍ଷା ବ୍ୟବସ୍ଥା କୁ ପଞ୍ଜାବ ପରି ସୁରକ୍ଷା ବ୍ୟବସ୍ଥା କୁ ଅଧିକ ରୁ ଅଧିକ କଡାକଡି କରି କର୍ଫ୍ୟୁ ଜାରୀ କରିବାକୁ ସଚେତନ ନାଗରିକ ମାନେ ଅନୁରୋଧ କରିଛନ୍ତି।