Odisha news

ଚୋରା କୋଇଲା ବୋଝେଇ ମିନିଟ୍ରକ ଜବତ,୧ଗିରଫ

0

କଣିହାଁ,୨୩/୩(ସବ୍ୟୁ) କଣିହାଁ ପୋଲିସ ଏକ ଚୋରା କୋଇଲା ବୋଝେଇ ମିନିଟ୍ରକ ଓଆର୦୬ଇ-୬୫୫୫କୁ ଜବତ କରିଛି । ପୋଲିସ ଏଥିରେ ସଂପୃକ୍ତ ଯୋଗିନାଥ ପରିଡାକୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ, ରବିବାର ରାତିପ୍ରାୟ ସାଢେ ୮ଘଟିକା ସମୟରେ ଉକ୍ତ ମିନିଟ୍ରକ ଚୋରା କୋଇଲା ବୋଝେଇ କରି ଯାଉଥିବା ସମୟରେ ପୋଲିସ ଜୁଲିବନ୍ଧ କମାରସାହି ପାଖରେ ଧରିଥିଲା । ଗାଡି ଡ୍ରାଇଭର ଫେରାର ହୋଇଯାଇଛି । ମିନିଟ୍ରକ ସମଲ ଅଭିମୁଖେ ଯାଉଥିଲା । ଗାଡିରି ପ୍ରାୟ ୩ଟନ ଚୋରା କୋଇଲା ଜବତ ହୋଇଛି । ପୋଲିସ ଏଥିନେଇ ଏକ ମୋକଦମା ରୁଜୁ କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.