Odisha news

୯ ମାସ ହେଲା ଖୋଜ ଖବର ନାହିଁ ଚାଇଲ୍ଡ ଲାଇନ କାର୍ଯ୍ୟାଳୟ ପରିସରରୁ ନିଖୋଜ ବାଳକ

0

ରାୟଗଡା,୨୪ ।୩(ସ.ବ୍ୟୁ)- ଚାଇଲ୍ଡ ଲାଇନ କାର୍ଯ୍ୟାଳୟ ପରିସରରୁ ଜଣେ ନାବାଳକ ଦୀର୍ଘ ୯ ମାସ ହେଲା ନିଖୋଜ ହୋଇଥିଲେ ସୁଦ୍ଧା ବର୍ତମାନ ଯାଏଁ କୌଣସ ଖୋଜ ଖବର ମିଳିପାରୁନାହିଁ । ଖବରରୁ ଜଣାପଡିଛି ଯେ ୧୮.୦୬.୨୦୧୯ ତାରିଖ ଦିନ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ତାନୁକୁସିଲି ଗ୍ରାମର ଲକ୍ଷ୍ମଣ କାଡ୍ରାକାଙ୍କ ପୁଅ ଈଶ୍ୱର କାଡ୍ରାକା ଚାଇଲ୍ଡ ଲାଇନ କାର୍ଯ୍ୟାଳୟ ପରିସରରୁ ନିଖୋଜ ହୋଇଯାଇଛନ୍ତି । ଚାଇଲ୍ଡ ଲାଇନର କର୍ମଚାରୀ ମାନେ ଉଦ୍ଧାର ହୋଇଥିବା ସଦସ୍ୟ ମାନଙ୍କ ସହ ଆଲୋଚନା କରୁଥିବା ସମୟରେ ଈଶ୍ୱର କାଡ୍ରାକା ସୁଯୋଗ ଦେଖି ସେଠାରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

୧୯.୦୬.୨୦୧୯ ତାରିଖ ସନ୍ଧ୍ୟା ସୁଦ୍ଧା ସେ ଈଶ୍ୱରର କୌଣସି ଖୋଜ ଖବର ନ ମିଳିବା ଯୋଗୁଁ ଚାଇଲ୍ଡ ଲାଇନର ସଦସ୍ୟ ମାନେ ଈଶ୍ୱର ଗାଁକୁ ଯାଇ ଖୋଜା ଖୋଜି କରିଥିଲେ । ଏ ନେଇ ଚାଇଲ୍ଡ ଲାଇନ ପକ୍ଷରୁ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । କେଶ ନଂ ୧୯୦ ତା ୧୯.୦୬.୨୦୧୯ ପ୍ରକାରେ ଦଫା ୩୬୩ ପ୍ରକାରେ ମାମଲା ରୁଜ୍ଜୁ କରାଯାଇଥିଲା ତଦନ୍ତ ଆରମ୍ଭ କରାଯାଇଥିଲା । ଘଟଣା ସଂପର୍କରେ ଈଶ୍ୱର କାଡ୍ରାକାର ଫୋଟ ରାୟଗଡା ବସଷ୍ଟାଣ୍ଡ, ରେଳବାଇ ଷ୍ଟେସନ ଏବଂ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ସୂଚନା । ତେବେ ଦୀର୍ଘ ୯ ମାସ ବିତି ଯାଇଥିଲେ ସୁଦ୍ଧା ଈଶ୍ୱରର କୌଣସି ଖୋଜ ଖବର ମିଳିପାରିନାହିଁ । ଏହି ମାମଲାର ତଦନ୍ତ କରୁଥିବା ଟାଉନ ଥାନା ଏସ୍‍ଆଇ କିଶୋର ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.