Odisha news

ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ କରୋନା କୁ ପ୍ରତିହତ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ।

0
କରୋନା ଭାଇରସ କୁ ମୁକାବିଲା କରିବା ନିମନ୍ତେ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମାନଙ୍କରେ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଥିବା ଦେଖିବାକୁ।ମିଳିଛି।ଗଞ୍ଜାମ ଥାନା ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଅଞ୍ଚଳ ରେ ସତର୍କତା ଅବଲମ୍ବନ କରିବା ନିମନ୍ତେ ସଚେତନ କରାଯାଉଥିବା ଜଣା ପଡ଼ିଛି।
ଥାନା ଅଧିକାରୀ ଦିଲୀପ କୁମାର ସାହୁ ଙ୍କ ନେତୃତ୍ୱରେ ପୋଲିସ ଟିମ ଗଞ୍ଜାମ ସହର ବଡ ବଜାର ଓ ସାନ ବଜାର ରେ ବାଇକ ରେ ଯାଉଥିବା ଲୋକଙ୍କୁ ଅଟକାଇବା ସହ ସେମାନ ଙ୍କୁ ବାହାରେ ବୁଲିବାର କାରଣ ପଚାରୁଛନ୍ତି।ଯେଉଁମାନେ ଅଯଥାରେ ବାହାରେ ବୁଲୁଛନ୍ତି ସେମାନଙ୍କ ବାଇକ ଜବତ କରିବା ସହ ସେମାନଙ୍କୁ ଥାନାରେ ଅଟକ ରଖାଯାଉଥିବା ଜଣା ପଢ଼ିଛି।
ଔଷଧ ଦୋକାନ,ତେଜରାତି ଦୋକାନ,ମାଛ ଦୋକାନ,ପନିପରିବା ଦୋକାନ,ଓମ୍ଫେଡ଼ ଦୋକାନ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିବାକୁ କୁହାଯାଇଛି।ଯେଉଁ ଦୋକାନ ଗୁଡିକରେ   ଲୋକ ଙ୍କ ଭିଡ଼ ରହୁଛି ସେହିଠାରେ ଲୋକଙ୍କୁ ପୋଲିସ ଟିମ ତାଗିଦ କରୁଥିବା ଦେଖିବାକୁ ମିଳିଛି।ନାରାୟଣ କଂଅର,ତ୍ରିନାଥ ପଟନାୟକ ପୋଲିସ କାର୍ତ୍ୟୁପକ୍ଷ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ବିଭିନ୍ନ ଅଂଚଳରେ ପରିକ୍ରମା କରୁଥିବା ଦେଖିବାକୁ ମିଳୁଛି।ସେହିପରି ଗଞ୍ଜାମ ଏନ ଏ ସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୂକଲ୍ୟାଣ ଦାଶ ଙ୍କ ନେତୃତ୍ୱ ରେ ଏନଏସି କର୍ମଚାରୀ ବିଭିନ୍ନ ୱାର୍ଡ କୁ ପରିକ୍ରମା କରି ସତର୍କତା ରହିବା ନିମନ୍ତେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି।ସେହିପରି ବିଡିଓ ଜ୍ୟୋତି ଶଙ୍କର ରାୟ,ତହସିଲଦାର ଅବନୀ କୁମାର ରାୟ ବିଭିନ୍ନ ଅଞ୍ଚଳ ଯାଇ
ଲୋକଙ୍କୁ ସଚେତନ କରିବା ସହ ବାହାର ରାଜ୍ୟ ମାନଙ୍କ ରୁ ଆସିଥିବା ଲୋକ ଙ୍କ ଉପରେ ନଜର ରଖିବା ସହ କରୋନା ଉପରେ ବିଜୟ କରିବା ନିମନ୍ତେ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।
Leave A Reply