ଜଗତସିଂହପୁର୨୪ା୩(ସବ୍ୟୁ):କରୋନା ଭୁତାଣୁ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ଅନ୍ୟ ଜିଲ୍ଲା ଗୁଡିକ ଭଳି ଜଗତସିଂହପୁର ଜିଲ୍ଲାକୁ ଲକ ଡାଉନ ଘୋଷଣା କରିଛନ୍ତି ।ଏହି ଘୋଷଣା ୨୪ ମାର୍ଚ୍ଚ ୨୦୨୦ ଠାରୁ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିଲା ।ଏହି ଲକ ଡାଉନକୁ ନେଇ ଜଗତସିଂହପୁର ପୋଲିସ ପ୍ରଶାସନ ପକ୍ଷରୁ ସଦର ମହକୁମା ସମେତ ଜିଲ୍ଲାର ଥାନା ଅଞ୍ଚଳରେ ବ୍ଲକି ଓ ଚେକିଂ ଆରମ୍ଭ ହୋଇଯାଇଛି ।
ସଦର ଥାନା ଅଞ୍ଚଳରେ ଜଗତସିଂହପୁର ଥାନା ଅଧୀକାରୀ ରଜନୀକାନ୍ତ ମିଶ୍ର ଓ ଅନ୍ୟ ଥାନା ଅଧୀକାରୀମାନେ ଲୋକମାନଙ୍କୁ ସଚେତନ କରାଇବା ସହିତ ଅଯଥା କାମରେ ଘରୁ ନଆସି ଘରେ ରହିବାକୁ ପରାମର୍ଶ ଦେଇଥିଲେ ।ଅନ୍ୟପଟରେ ଏହି ଲକ ଡାଉନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୁଚନା ଦେଇଛନ୍ତି ।ଏହି ଲକ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା େଓøଷଧ ଦୋକାନ,ଗ୍ରସୋରୀ,ପନିପରିବା,ମାଛ,ମାଂସ,ଅଣ୍ଡା,ଚିକେନ,କ୍ଷୀର ଦୋକାନ ଖୋଲା ରହିବ ।ଅତ୍ୟାବଶ୍ୟକୀୟ ଜିନିଷ ପରିବହନ କରୁଥିବା ଯାନ ଗୁଡିକ ବ୍ୟତୀତ ଅନ୍ୟ ଗାଡି ଗୁଡିକ ଚାଲିପାରିବ ନାହିଁ ।
ପନିପରିବା ଦୋକାନ ଗୁଡିକ ସକାଳ ୯ ଟାରୁ ୧୨ଟା ଓ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି ।ସେହିପରି ସାପ୍ତାହିକ ହାଟ ଗୁଡିକ ସପ୍ତାହରେ ଗୋଟିଏ ଦିନ ବସିବ ଓ ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ୨ଟାରୁ ୫ଟା ବିକ୍ରୀ ହେବ ।ସମସ୍ତ ଦୋକାନୀ ଦୁରତ୍ୱ ବ୍ୟବଧାନରେ ବସିବେ ।ପେଟ୍ରୋଲ ଟାଙ୍କି,ଏଲପିଜି ଗ୍ୟାସ ବିତରଣ ଚାଲୁ ରହିବ ।ଡାକ୍ତରଖାନା,ବ୍ୟାଙ୍କ,ଏଟିଏମ,ପ୍ରସାସନିକ କାର୍ଯ୍ୟାଳୟ,ମ୍ୟୁନିସପାଲଟି,ପୋଲିସଦ୍ଗ୍ିଶମ ସେବା ଓ ଓଡ୍ରାଫ ଖୋଲା ରହିବ ।ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ସମୟ ପୁର୍ବାହ୍ନ ୧୦ଟାରୁ ଅପରାହ୍ନ୨ଟା ପର୍ଯ୍ୟନ୍ତ ଚାଲିବ ।ଜିଲ୍ଲାରେ ଥିବା ସମସ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ରହିବ ।କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡିକ ସିମୀତ କର୍ମଚାରୀ ଓ ସମୟ ଧାର୍ଯ୍ୟ ଅନୁଯାୟୀ ଚାଲିବ ।
ପ୍ରବାସୀ ଲୋକମାନଙ୍କ ନାମ ପଞ୍ଜିକରଣ ସ୍ଥାଣୀୟ ଜନ ପ୍ରତିନିଧୀଙ୍କ ଦ୍ୱାରା କରାଯିବ ଓ ସେମାନଙ୍କୁ ସଂଗରୋଧ ଗୃହରେ ରଖାଯିବାକୁ ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି ।ସ୍ୱଗୃହରେ ସଂଗରୋଧ କୋଠରୀରେ ରହିଥିବା ପ୍ରବାସୀ ଲୋକଙ୍କ ଗୃହରେ ପ୍ରଶାସନ ପକ୍ଷରୁ ଷ୍ଟିକରିଂ କରାଯିବ ଏବଂ ପରିବାର ସଂପର୍କୀୟ ସମସ୍ତ ତଥ୍ୟ ଲିପିବଦ୍ଧ ହେବ ।ସେମାନଙ୍କ ଗତିବିଧୀ ଓ ବାହାରେ ବୁଲାବୁଲି ଉପରେ ତିକ୍ଷ୍ଣ ନଜର ରଖାଯିବ ।କରୋନା ପ୍ରତିରୋଧ ମୁଖା ତଥା ମାସ୍କ ଏବଂ ସାନିଟାଇଜର କଳାବଜାରୀ ଉପରେ କୌର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଜିଲ୍ଲାକୁ ବିଦେଶରୁ ଆସିଥିବା ୧୩୬ ଜଣ ଲୋକଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ ।୫୩ଜଣ ଲୋକଙ୍କୁ ୧୪ ଦିନ ସଂଗରୋଧ ସଂପୁର୍ଣ୍ଣ କରିଛନ୍ତି ।୨ଜଣ ୨୮ ଦିନ ପୁରଣ କରିଛନ୍ତି ।୧୧୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।ଜିଲ୍ଲାରେ କେବଳ ହସପିଟାଲ ଭିତରେ ଆହାର କେନ୍ଦ୍ର ଚାଲୁ ରହିବ ।କରୋନା ଭୁତାଣୁ ସଂକ୍ରମଣର ତୃତୀୟ ଷ୍ଟେଜକୁ ଦୃଷ୍ଟିରେ ରଖି ୪୫୦ ଶର୍ଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ପାରାଦ୍ୱୀପ ଯାତ୍ରୀ ନିବାସ,କଲ୍ୟାଣ ମଣ୍ଡପ,ନାଉଗାଁ ପଲିଟେକନିକ,ସାରଦା ମଣ୍ଡପ,ଏସଭିଏମ କଲେଜ,ଆଦି କବି ଶାରଳା ଦାସ କଲେଜରେ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୁଚନା ଦେଇଥିଲେ ।ଜିଲ୍ଲାରେ ପାରାଦ୍ୱୀପରେ ଥିବା ଇଫକୋକୁ ସଟ ଡାଉନ,ପିପିଏଲ,ଆଇଓସିଏଲ ଆଦିରେ କର୍ମଚାରୀ କମ କରାଯାଇଛି ।ସମସ୍ତ ନିୟମକୁ କଡାକଡି ପାଳନ ପାଇଁ ଏସପି,ବିଡିଓ,ତହସିଲଦାର ଓ ନିର୍ବାହୀ ଅଧିକାରୀ ପୌର ପରିଷଦଙ୍କୁ ଦାୟିତ୍ୱ ଦିଆଯାଇଛି ।ନିୟମ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ଦେଇଛନ୍ତି ।ଜିଲ୍ଲା ଲକ ଡାଉନ ପରିପ୍ରେକ୍ଷିରେ ବରିଷ୍ଠ ଅଧୀକାରୀମାନଙ୍କୁ ବ୍ଲକ ଓ ମ୍ୟୁନିସପାଲଟି ଅଞ୍ଚଳରେ ସାମାଜିକ ଦୁରତା,ପୃଥକୀକରଣ ଗୃହ,ଜନସାଧାରଣଙ୍କ ସୁରକ୍ଷା,ହୋମ କ୍ୱାରେନଟାଇନ ସୁନିଶ୍ଚିତ କରାଇବା ଇତ୍ୟାଦି ତଦାରଖ କରିବା ପାଇଁ ଜିଲ୍ଲାପାଳ ନୋୟୋଜିତ କରିଛନ୍ତି ।
ଏହି ଲକ ଡାଉନକୁ ସୁଚାରୁ ରୁପେ ତଦାରଖ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚ୍ିଦାନନ୍ଦ ସାହୁଙ୍କୁ ଜଗତସିଂହପୁର ମ୍ୟୁନିସପାଲଟି,ଜଗତସିଂହପୁର ଓ ବିରିଡି ବ୍ଲକ ଦାୟିତ୍ୱ,ଜିଲ୍ଲା ଗ୍ରାମୂ ଉନ୍ନୟନ ବିଭାଗର ପ୍ରକଳ୍ପ ନିଦେ୍ର୍ଦଶକ ସରୋଜକାନ୍ତ ମହାନ୍ତିଙ୍କୁ ଏରସମା,ତିର୍ତ୍ତୋଲ ଓ ରଘୁନାଥପୁର ବ୍ଲକ ଦାୟିତ୍ୱ,ପାରାଦ୍ୱଙ୍ର ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀରଙ୍କୁ ପାରାଦ୍ୱୀପ ମୁ୍ୟନିସପାଲଟି ଓ କୁଜଙ୍ଗ ବ୍ଲକ,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକଙ୍କୁ ବାଲିକୁଦା ଓ ନାଉଗାଁ ବ୍ଲକ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ ସୁଚନା ଦେଇଛନ୍ତି ।ଜିଲ୍ଲାର ୮ଟି ବ୍ଲକର ୧୯୮ ପଞ୍ଚାୟତରେ ଅସ୍ଥାୟୀ ବାବେ ମେଡିକାଲ କ୍ୟାମ୍ପ ୨୦୧ଟି ପାଇଁ ୮୧୮୬ ବେଡ କାପାସିଟି ଚିହ୍ନଟ ହୋଇଥିବା ଜଣାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରକାଶ ଆର,ଏଡିଏମ ସଚ୍ଚ୍ିଦାନନ୍ଦ ସାହୁ,ପିଡି ଡିଆରଡିଏ ସରୋଜକାନ୍ତ ମହାନ୍ତି,ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ସିଡିଏମଓ ଡକ୍ଟର ବିଜୟା ପଣ୍ଡା,ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।