କୋଣାର୍କ : ଚନ୍ଦ୍ରଭାଗା ନୋଳିଆସାହିକୁ ଏବେ ପୁରୀ ପେଣ୍ଠକଟାରୁ ମତ୍ସ୍ୟଜୀବିଙ୍କ ଅବାଧ ପ୍ରବେଶ ଲାଗିଛି। ।ଯାହାଫଳରେ କରୋନା ସଂକ୍ରମଣର ଆଶଙ୍କା ଦେଖାଦେଇଛି।ମିଳିଥିବା ସୂଚନା ମୁତାବକ ପୁରୀ ପେଣ୍ଠକଟା ନୋଳିଆ ସାହିରେ ଏବେକରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଛି।ଫଳରେ ଉକ୍ତ ଅଂଚଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । ଏବେ ପ୍ରତ୍ୟେକଦିନ ବିଳମ୍ବିତ ରାତ୍ରିରେ ପେଣ୍ଠକଟା ନୋଳିଆସାହିରୁ ମତ୍ସ୍ୟଜୀବି ମାନେ ଚନ୍ଦ୍ରଭାଗା ନୋଲିଆସାହିକୁ ଲୁଚାଛପାରେ ଆସୁଥିବାର ଜଣାପଡ଼ିଛି ।
ଏନେଇ ନୋଳିଆସାହି ର ମୁରବୀ ମାନେ ବିରୋଧ କରିବାରେ ବାହାର ସ୍ଥାନର ମତ୍ସ୍ୟଜୀବିଙ୍କୁ ନୋଳିଆସାହିରେ ଆଶ୍ରୟ ଦେଉଥିବା ମତ୍ସ୍ୟଜୀବିଙ୍କ ପରିବାର ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରୁଥିବାର ଅଭିଯୋଗ ହୋଇଛି ପୁରୀ ଜିଲ୍ଲାରେ କୋଣାର୍କ ଏନ.ଏ.ସି.ରେ ପ୍ରଶାସନର ସଫଳ ପ୍ରୟାସ ଯୋଙ୍ଗୁ କୋଣାର୍କ ରେ କରୋନାର ପ୍ରଭାବ ଏତେଟା ଦେଖାଯାଇନି କିନ୍ତୁ ଏବେ ଚନ୍ଦ୍ରଭାଗା ରେ କରୋନା ସଂକ୍ରମିତ ହେବାର ଭୟ ସୃଷ୍ଟି ହୋଇଛି । ତେଣୁ ଏଦିଗ ପ୍ରତି କୋଣାର୍କ ଏନ.ଏ.ସି.ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ତୁରନ୍ତ ଦୃଷ୍ଟି ଦେବାକୁ କୋଣାର୍କ ର ସଚେତନ ନାଗରିକ ମାନେ ଶ୍ରୀ ନିବାସ ଙ୍କୁ ଅନୁରୋଧ କରିଛନ୍ତି