Odisha news

କନ୍ଧମାଳରେ ପୁଣି ଏନକାଉଣ୍ଟର : ପୋଲିସ-ମାଓବାଦୀ ପୁଣି ମୁହାଁମୁହିଁ , ଦୁଇ ମାଓବାଦୀ ନିହତ

0

ବାଲିଗୁଡା,(ସ.ବ୍ୟୁ.)କନ୍ଧମାଳରେ ପୁଣି ଗୁରୁବାର ଦିନ ପୋଲିସ ଓ ମାଓବାଦୀମାନଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ପୋଲିସ ଏନକାଉଣ୍ଟରେ ୨ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ସାମିଲ ଥିବା ଜଣାପଡିଛି ।

ତୁମୁଡିବନ୍ଧ ନିକଟରେ ଏବେ ବି କମ୍ବିଂ ଅପରେସନ ଜାରି ରହିଛି । କନ୍ଧମାଳ ଏସପିଙ୍କ ନେତୃତ୍ୱରେ ଡିଏଏଫ ଓ ଏସଓଜି ଚଳାଇଛନ୍ତି କମ୍ବିଂ ଅପରେସନ । ଏହାର  ବିସ୍ତୃତ ସୂଚନା ଦେବେ ପୋଲିସ ମହାନିର୍ଦ୍ଦେଶକ । ଅନ୍ୟପଟେ ମାଓବାଦୀଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।

Leave A Reply