Odisha news

ଅଟୋରୁ ଯୁବକଙ୍କ ସନ୍ଦେହ ଜନକ ଶବ ମିଳିବା ଘଟଣା, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ

0

କୋଣାର୍କ : ଗତ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ମେରାଇନି ଥାନା ଠାରୁ ୧କିମି ନିକଟସ୍ଥ  ସାହୁ ଖଣତା ନିକଟସ୍ଥ ଇକୋରିଟ୍ରିକି ରାସ୍ତା ପାର୍ଶ୍ୱ ରୁ ବନଦୁର୍ଗା ନାମକ ଅଟୋ ଯାହାର ନମ୍ବର ଓଡ଼ି ଏକ୍ସ୍ ୮୯୪୩ ଅଟୋ ଭିତରୁ ଜଣେ ଯୁବକର ମୃତ ଦେହକୁ ଚନ୍ଦ୍ରଭାଗା ଥାନା ଉଦ୍ଧାର କରି ଏକ ଅପମୃତ ମାମଲା ରୁଜୁକରିଥିଲା।ଏବଂ ଅଟୋ ନମ୍ବର କୁ ଆଧାର କରି ଉକ୍ତ ମୃତ ବେକ୍ତି ର ଠିକଣା ରେ ତାଙ୍କ ଘର ଲୋକଙ୍କୁ ଖବର ଦେବାରୁ ମୁତ ବେକ୍ତି ଙ୍କ ଘର ଲୋକ ବାପା,ବଡଭାଇ ଗୁରୁବାର ଦିନ ଘଟଣା ସ୍ଥଳକୁ ଆସି ଶବକୁ ଚିନ୍ନ୍ନି ଥିବା ଜଣାପଡିଛି।ଘଟଣାରୁ ଜଣାପଡେ ଭୁବନଶ୍ୱର ଖଣ୍ଡଗିରି ଥାନାଅଧିନ ଭରତପୁର ଅଞ୍ଚଳର ଯଜ୍ଞେଶ୍ୱର ଦଳବେହେରାଙ୍କ ସାନପୁଅ ହେଉଛନ୍ତି ମୃତ ରୂପକ ଦଳବେହେରା ଯେକି,ଗତ ସୋମବାର ଠାରୁ ତାଙ୍କ ସ୍ତ୍ରୀ ଙ୍କ ନାମରେ ଥିବା ନିଜ ଅଟୋ ଆଣି ସାଙ୍ଗ ମାନଙ୍କ ସହ ଘରୁ ଆସିଥିଲେ ।

ଏବଂ ସେ ତାଙ୍କ ଭଉଣୀ ଙ୍କ ସହିତ ମଙ୍ଗଳବାର ଦିନ ଫୋନରେ କଥା ହୋଇ କିଛି ଟଙ୍କା ମାଗିଥିଲେ ତାଙ୍କ ଭଉଣୀ ପେ ଫୋନ ରେ ତାଙ୍କ ନିକଟକୁ ୨୦୦ ଟଙ୍କା ମଧ୍ୟ ପଠାଇଥିଲେ  କିନ୍ତୁ ତାପରଠାରୁ ତାଙ୍କ ଫୋନ ବନ୍ଦ ଥିବା ତାଙ୍କ ବଡ ଭାଇ ଦୀପକ ଦଳବେହେରା  କହିବା ସହ ତାଙ୍କ ସାନ ଭାଇକୁ ଯୋଜନା ବଦ୍ଧଭାବେ ହତ୍ୟା କରା ଯାଇଛି ବୋଲି ସେ  ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଘଟଣା ସ୍ଥଳକୁ ସାଇଣ୍ଟିଫିକି ଟିମି ଡକାଯାଇ ତଦନ୍ତ କରିବା ସହ ଶବ କୁ ପଂଚନାମା ପାଇଁ ପୁରୀ ପାଠ ଯାଇଛି।ଏବଂ ପୋଷ୍ଟମଟମ ରିପୋର୍ଟ ଆଧାରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଜିବବୋଲି ଚନ୍ଦ୍ରଭାଗା ମେରାଇନି ଥାନା ଅଧିକାରିଣୀ ନିଳିମା ପଟନାୟକ ପ୍ରକାଶ କରିଛନ୍ତି।

 

Nalco
Leave A Reply