Odisha news

ସମରାଭ୍ୟାସ ସାଗରକବଚ ଆତଙ୍କବାଦୀଙ୍କୁ ଧରିଲା ବ୍ଲୁ  ଫୋର୍ସ 

0
 କୋଣାର୍କ,୨୬।୯ :  ସମୁଦ୍ର ଉପକୂଳକୁ ଆତଙ୍କବାଦୀଙ୍କ କବଳରୁ କିଭଳି ସୁରକ୍ଷା ଓ ସୁରକ୍ଷିତ ରହିବ ସେନେଇ ଓଡିଶା ପୋଲିସକୁ ସଶକ୍ତ କରିବା ଲକ୍ଷରେ ପ୍ରତିବର୍ଷ ସମରଭ୍ୟାସ କରାଯାଉଛି। କୋଣାର୍କ ସୂର୍ଯ୍ୟମନ୍ଦିରରେ ବୋମା ରଖିବା ପୂର୍ବରୁ ଧରାପଡ଼ିଛନ୍ତି ନକଲି ଆତଙ୍କବାଦୀ। ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ବାରରେ ସନ୍ଦେହଜନକ ଭାବେ ପଇଁତରା ମାରୁଥିଲେ ତିନି ଯୁବକ। ସେମାନଙ୍କୁ ସନ୍ଦେହ କରି କୋଣାର୍କ ପୁଲିସ ଏହି ତିନି ଜଣଙ୍କୁ କାବୁ କରିନେଇଥଲା। ପଚାରାଉଚୁରା ପରେ ଜଣା ପଡିଲା ଯୁବକ ତିନିଜଣ ଛଦ୍ମବେଶୀ ଆତଙ୍କବାଦୀ। ତାଙ୍କ ବ୍ୟଗରୁ ପରିଚୟ ପତ୍ର ଏବଂ ନକଲି ବୋମା ପ୍ୟାକେଟ ମିଳିଥିଲା। କୋଣାର୍କରେ  ଆକ୍ରମଣ ଯୋଜନା ସଫଳ କରିବା ପୂର୍ବରୁ କୋଣାର୍କ ପୁଲିସ ହାତରେ ଧରାପଡ଼ିଥିଲେ। ହେଲେ ଏହା ସତ ନୁହେଁ। ସମରାଭ୍ୟାସ ସାଗରକବଚର ଦ୍ବିତୀୟ ଦିନରେ ଓଡ୍ରାଫର ଲିଙ୍ଗରାଜ ସେଠୀ, ସୁମନ୍ତ କୁମାର ଗୈଡ, ହାବିଲଦାର ରଂଜିତ କୁମାର ସାହୁ। ଏହି ତିନି ଜଣ ସୂର୍ଯ୍ୟମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କୋଣାର୍କ ପୁଲିସ କାବୁ କରିନେଇଥିଲା। ସମରଭ୍ୟାସ ସାଗରକବଚ ପ୍ରଥମ ଦିନରେ କୋଣାର୍କ, ଓ ସାମୁଦ୍ରିକ ଥାନା ପୁଲିସ ସାମିଲ ହୋଇ ଚନ୍ଦ୍ରଭାଗା ବେଳାଭୂମି, ସୂର୍ଯ୍ୟମନ୍ଦିର ମୁଖ୍ୟ ଦ୍ୱାରରେ ପାଇଁତରା ମାରୁଥିଲେ।
Leave A Reply