ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସ୍ପୋଟିଂ କ୍ଲବ ପକ୍ଷରୁ ମହିଳା ଦିବସ ଅବସରରେ କୋଣାର୍କ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
କୋଣାର୍କ ୧୩,୩,୨୦୨୪-ସ୍ୱେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସ୍ପୋଟିଂ କ୍ଲବ ଭୁବନେଶ୍ୱର ମହିଳା ଦିବସ ଅବସରରେ କୋଣାର୍କ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିକୁ କଳିଙ୍ଗ ସ୍ପୋଟିଂ କ୍ଲବ ପ୍ରତିଷ୍ଠାତା ସାଧାରଣ ସମ୍ପାଦିକା ଶ୍ରୀମତୀ ସୁବ୍ରତା ଦଧୋପାଧ୍ୟୟ ଅଧକ୍ଷତାରେ କାର୍ଯ୍ୟକ୍ରମଟି ସୁଚାରରୁପେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମଟିକୁ ସହଯୋଗ କରିଥିଲେ ଭିୟୋନ ଇନଫାଭେଂଚେର ପ୍ରାଇଭେଟ ଲିମିଟେଡ଼। ଅନୁଷ୍ଠାନର ଅଧ୍ୟକ୍ଷାଭି ଶ୍ରୀମତୀ ନର୍ମଦା ଶତପଥୀ, କୋଷାଦକ୍ଷ ପ୍ରବୀଣା ମିଶ୍ର, ତିଳତାମା, ସଂଗୀତା ଉପାଧ୍ୟୟା, ୟୁଥ ସମ୍ପାଦିକା ଶୁଭଲଷ୍ମୀ ସମନ୍ତରା, ଆଡ଼ଭାଇଜର ସୟଦ ଅନସର ଅଲ୍ଲୀ ଶୁଭଶ୍ରୀ ବେହେରା,ଅଞ୍ଜଳି ମିଶ୍ର,ମୋନାଲିସା ପାଣି, ସନ୍ଧ୍ୟରାଣୀ ସ୍ୱାଇଁ,ଶତାବ୍ଦୀ,ମହେନ୍ଦ୍ର,ରିଷିରା ୟେ, ଏନଂ ଦିବ୍ୟସଚି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଉକ୍ତ ଅନୁଷ୍ଠାନ ତରଫରୁ ବର୍ଷସାରା ଓଡ଼ିଶାର ବିଭିର୍ଣ୍ଣ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଜିବ ବୋଲି ଅଦ୍ଧକ୍ଷା ମହଦୟା କହିଥିଲେ।