Odisha news

ବିଶ୍ଵଶାନ୍ତି ସେବାଶ୍ରମରେ ୫ଦିବସୀୟବାର୍ଷିକ ଯଜ୍ଞ ମହୋତ୍ସବ ଉଦଯାପିତ।

0
କୋଣାର୍କ – କୋଣାର୍କ ନିକଟସ୍ଥ ରାମଚଣ୍ଡୀ ଥାନା ଅନ୍ତର୍ଗତ ବାଙ୍ଗୋର ବରପଦା ସ୍ଥିତ ବିଶ୍ଵଶାନ୍ତି ସେବାଶ୍ରମରେ ଜାନୁୟାରୀ ୨୬ ରୁ ୩୦ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ୩୧ ତମ ବିଶ୍ଵଶାନ୍ତି ମହାଯଜ୍ଞ ଓ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି  l ପ୍ରଥମ ଦିନ ମାଧବାନନ୍ଦଜୀଉଙ୍କ ଗ୍ରାମ ଭ୍ରମଣ ,ଶୁଭାଧିବାସ ଅଙ୍କୁରାରୋପଣ ପରେ ଦ୍ୱିତୀୟ ଦିନ କୁମ୍ଭବରଣ ଓ ବ୍ରହ୍ମାଗ୍ନି ସ୍ଥାପନ , ସୂର୍ଯ୍ୟପୂଜା , ଗୋପୂଜା ଓ ତାପରେ ରାମ ପାରାୟଣ, ଚଣ୍ଡୀ ଯଜ୍ଞ , ଗୀତା ଯଜ୍ଞ ପ୍ରଭୃତି ଯଜ୍ଞ ଓ ପୂଜା ବିଶ୍ଵର କଲ୍ୟାଣ ପାଇଁ କରାଯାଇଥିଲା l  ପ୍ରତ୍ୟେହ  ସନ୍ଧ୍ୟାରେ ଭଜନ, ପ୍ରବଚନ , ଗୋଟିପୁଅ ନୃତ୍ୟ , ଓଡ଼ିଶୀ ନୃତ୍ୟ , ଗୀତ ଗୋବିନ୍ଦ ଓ ପାଲା ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଚାରି ପ୍ରହର ନାମ ସଙ୍କୀର୍ତ୍ତନ , ଓଡ଼ିଶୀ ସଙ୍କୀର୍ତ୍ତନ ସମାରୋହ , ନିକଟସ୍ଥ ଦୁଇପଞ୍ଚାୟତରଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା ଶ୍ଳୋକ ଆବୃତ୍ତି , ଗୀତା ସମ୍ପର୍କିତ ବକ୍ତୃତା , ସଙ୍ଗୀତ ଓ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା କରାଯାଇ ଶିଶୁ ପ୍ରତିଭା ଅନ୍ଵେଷଣ କରାଯାଇଥିଲା l୨୮ ତାରିଖରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରୁ ଆସିଥିବା ଏକଶହରୁ ଉର୍ଦ୍ଧ୍ବ ସାହିତ୍ୟିକ ମାନଙ୍କୁ ନେଇ କବି ସମ୍ମିଳନୀ , କବିତା ପାଠ , ସାହିତ୍ୟ ସଭା ଆୟୋଜିତ ହେବା ସହ ବିଭିନ୍ନ ବିଭାଗରେ ସୁନାମ ସାଉଁଟିଥିବାକଳାକାର ,ସମାଜସେବା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରତ୍ୟେହ ଭକ୍ତଭକ୍ତାମାନେ ପ୍ରସାଦ ସେବନ କରି ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଆଶ୍ରମ ପକ୍ଷରୁ ସପ୍ତଦଶ ବାର୍ଷିକ ମୁଖପତ୍ର କଲ୍ୟାଣୀ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।  ବିଶ୍ଵଶାନ୍ତି ସେବାଶ୍ରମର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଗାୟକ ଉତ୍କଳ ଶିରୋମଣି , ଗାୟକ ବ୍ୟାସ  ଲକ୍ଷ୍ମୀଧର ଦାଶ ଙ୍କ ପ୍ରତ୍ୟକ୍ଷ  ତତ୍ତ୍ଵାବଧାନରେ ଓ ଗାୟକ ଅତିବଡୀ ମଂଗରାଜ ବିଶ୍ଵାଳ , ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ ଙ୍କ ସଂଯୋଜନାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଗାୟକ ହରିହର ଜେନା , ଗାୟକ ବେଣୁଧର ବେହେରା ,ଗାୟକ ହିମାଂଶୁ ବରାଳ , ବିଶ୍ୱଜିତ ପଣ୍ଡା ,  ବିମଳ ପ୍ରସାଦ ଦାଶ ,ଗାୟକ ତ୍ରିଲୋଚନ ନାୟକ , ଗାୟକ ପବିତ୍ର ମୋହନ ବାରିକ, ଗାୟକ ନନ୍ଦକିଶୋର ସେନାପତି , ବାୟକ ଶିବପ୍ରସାଦ ଦାସ , ଗାୟକ ପ୍ରଫୁଲ୍ଲ ସାମନ୍ତରାୟ l ଆଶ୍ରମର ଅନ୍ତେବାସୀ ଓ ଟିକନା, ବାଙ୍ଗୋର ବରପଦା, କାହ୍ନପୁର ଗ୍ରାମବାସୀମାନେ ସମ୍ପୂର୍ଣ ସହଯୋଗ କରିଥିଲେ l
Leave A Reply