କୋଣାର୍କ,୧୦।୧ ବୁଧବାର ପୂର୍ବାହ୍ନରେ କୋଣାର୍କରେ ସଙ୍କଳ୍ପ ରଥକୁ କୋଣାର୍କ ଏନ୍ଏସି ପକ୍ଷରୁ ସ୍ଵାଗତ କରାଯାଇଛି। ଏହି ରଥ ଏଠାରେ ପହଞ୍ଚିବା ପରେ ପ୍ରଥମେ ଏନ୍ଏଏସି କାର୍ଯ୍ୟାଳୟ ପରିସରରେ ସ୍ବାଗତ କରାଯାଇଥିଲା। ପରେ ସଙ୍କଳ୍ପ ରଥ ବଜାର ପରିକ୍ରମା କରି କୋଣାର୍କ କଲ୍ୟାଣ ମଣ୍ଡପ ପରିସରରେ ପହଞ୍ଚିଥିଲା। ଦେଶର ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବା ସହିତ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ ରହିଛି। ସଙ୍କଳ୍ପ ରଥରେ କେନ୍ଦ୍ର ସରକାରଙ୍କ ବିଭନ୍ନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ପ୍ରଦର୍ଶିତ ହେଉଛି। ଏହି ଅବସରରେ ଏଠାରେ ସ୍ବାସ୍ଥ୍ୟ ଶିବିର,ଆଧାର ନାମାଙ୍କନ ସେବା ଉପଲବ୍ଧ ହୋଇଥିଲା। ଏକ ସୁଶୋଭିତ ମଞ୍ଚରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ,କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ, ଆୟୁଷ ଡାକ୍ତର ବିଧୁଭୂଷଣ ନାୟକ,ଆଶା, ଅଙ୍ଗନବାଡି କର୍ମୀ ଏନ୍ଏଏସିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ