କୋଣାର୍କ – ପବିତ୍ର ନବରାତ୍ର ଅବସରରେ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ଆରାଧ୍ୟା ଦେବୀ ମା ଭଗବତୀଙ୍କ କାଳରାତ୍ରି ବେଶ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କର ଆରାଧ୍ୟା ଦେବୀ ହେଉଛନ୍ତି ମା ଭଗବତୀ। ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ। ପବିତ୍ର ନବରାତ୍ର ପୂଜା ଅବସରରେ ଗୁରୁବାର ମା ଙ୍କ କାଳରାତ୍ରି ବେଶ ଅନୁଷ୍ଠିତ ହୋଇଯାଇଛି। ମା ଭଗବତୀଙ୍କର ବେଶ ମାନଙ୍କ ମଧ୍ୟରେ ଏହି ବେଶ ସ୍ବତନ୍ତ୍ର ଓ ମନୋରମ। ଏହି ବେଶ ଦେଖିବାପାଇଁ ଗୁରୁବାର ଦିନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁ ଭକ୍ତମାନେ ମା ଙ୍କ ପୀଠରେ ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ମା ଭଗବତୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମା ଭଗବତୀଙ୍କ ପୀଠରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ମା ଭଗବତୀ ଙ୍କ ପୂଜକ ଦୀନବନ୍ଧୁ ପାଢୀ ମା ଙ୍କ ଏହି ଦୁର୍ଲ୍ଲଭ ବେଶ କାର୍ଯ୍ୟ ସଂପାଦନ କରିଥିଲେ।
