Odisha news

ଚନ୍ଦ୍ରଭାଗା ବତୀଘର ନିକଟରେ ଅଟୋ-ବୋଲରୋ ମୁହାଁମୁହିଁ ଧକ୍କା, ଅଟୋ ଚାଳକ ମୃତ।

0
କୋଣାର୍କ – କୋଣାର୍କ – ପୁରୀ ମେରାଇନ ଡ୍ରାଇଭ ରାସ୍ତାର ଚନ୍ଦ୍ରଭାଗା ବତୀଘର ନିକଟରେ ଅଟୋ ସହ ବୋଲରୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ମୃତ୍ୟୁ ଘଟିଛି। ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ଠାରୁ କୋଣାର୍କ ଅଭିମୁଖେ ଯାଉଥିବା ଅଟୋ ରିକ୍ସା ନଂ ଓଆର ୧୩ଏଚ ୪୫୫୨ ସହ କୋଣାର୍କ ଠାରୁ ପୁରୀ ଅଭିମୁଖେ ଯାଉଥିବା ବୋଲରୋ ସହ ଚନ୍ଦ୍ରଭାଗା ବତୀଘର ରାସ୍ତା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଳକ ଅରଖକୁଦା ଗ୍ରାମର ଅଟୋ ଚାଳକ ବିକାଶ ବେହେରା ଗୁରୁତର ଭାବେ ଆହତ ହୋଇଥିବା ବେଳେ ବୋଲରୋରେ ଥିବା ଧାମରା ଅଂଚଳର ୨ଜଣ ଆହତ ହୋଇଥିବା ଜଣାପଡିଛି। ଖବର ପାଇ କୋଣାର୍କ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋ ରିକ୍ସା ଓ ବୋଲରୋ ଦୁଇଟିକୁ ଜବତ କରିବା ସହିତ ଗୁରୁତର ଭାବେ ଆହତ ଅଟୋ ଚାଳକ ବିକାଶ ବେହେରା ସହ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୯/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଗୁରୁତର ଭାବେ ଆହତ ଅଟୋ ଚାଳକ ବିକାଶ ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ପୁରୀ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ଠାରେ ମୃତ୍ୟୁ ଘଟିଛି।
Leave A Reply