Odisha news

ଚନ୍ଦ୍ରଭାଗା ମେରାଇନ ଡ୍ରାଇଭ ନିକଟରେ ହାଇକୋର୍ଟର ଅତିଥି ଭବନ ର ନିର୍ମାଣ କାର୍ଯ୍ୟ ପାଇଁ ମୂର୍ତ୍ତିକା ପରୀକ୍ଷଣ ଆରମ୍ଭ

୧୫ କୋଟି ବ୍ୟୟରେ ଖୁବଶୀଘ୍ର ନିର୍ମାଣ ହେବ ଅତ୍ୟାଧୁନିକ ତିନିମହଲା ବିଶିଷ୍ଟ ଅଟାଳିକା

0
କୋଣାର୍କ :-୨୩/୫ କୋଣାର୍କ ପୁରୀ ମେରାଇନ ଡ୍ରାଇଭ ନିକଟ ଚନ୍ଦ୍ରଭଗା  ଠାରେ ନିର୍ମାଣ ହେବ ହାଇକୋର୍ଟର ଏକ ଅତ୍ୟାଧୁନିକ ଅତିଥି ଭବନ।ଚନ୍ଦ୍ରଭାଗା  ବେଳାମାର୍ଗ ନିକଟରେ ରାଜ୍ୟ ସରକାର ଇଡ଼କୋ କୁ ହସ୍ତାନ୍ତର କରିଥିବା ଜମି ମଧ୍ୟରେ ଏହି ବିଶ୍ରାମଗାର ଅତିଥିଭବନ  ନିର୍ମାଣ ହେବାକୁ ଥିବା ସୂଚନା ମିଳିଛି। ବିଭିନ୍ନ ରାଜ୍ୟର ହାଇକୋର୍ଟ ର ମୁଖ୍ୟ ଜଷ୍ଟିସ ଓ ଜଷ୍ଟିସ ମାନେ ପୁରୀ-କୋଣାର୍କ ବୁଲିବାକୁ ଆସିବା ସମୟରେ ସେମାନେ ଏହି ଅତ୍ୟାଧୁନିକ ଅତିଥି ଭବନରେ ବିଶ୍ରାମ ନେବେ ବୋଲି ସୂଚନା ମିଳିଛି। ଚନ୍ଦ୍ରଭାଗା ବେଳମାର୍ଗ ରାସ୍ତା ପାର୍ଶ୍ଵ ମେରାଇନି ଥାନା ଓ ପର୍ଯ୍ୟଟନ ବିଭାଗର କଫିକାଫେ କୁ ଲାଗି  କୋଣାର୍କ ମୌଜା ଖାତା ନମ୍ବର ୪୧୫ ପ୍ଲଟ ନମ୍ବର ୧୬୫୦,୧୬୫୩ ଏବଂ ଖାତା ନମ୍ବର ୨୫୮ ପ୍ଲଟ ନମ୍ବର ୧୬୫୯ ରେ ପ୍ରାୟ ୩ ଏକର ଜାଗା ରେ ଏହି ଅତ୍ୟାଧୁନିକ ଅତିଥି ଭବନ ନିର୍ମାଣ କାର୍ଯ୍ୟ ହେବ । ଏନେଇ ପୂର୍ତ୍ତବିଭାଗ  ପକ୍ଷରୁ କଂନସୁଲଟାଣ୍ଟ ନିଯୁକ୍ତି ଦିଆଯାଇ  ସମସ୍ତ ପ୍ରସ୍ତୁତି ଓ ଡ଼ିଜାଇନିଂ ମ୍ୟାପ କାର୍ଯ୍ୟ ସରିଥିବା ସୂଚନା ମିଳିଛି ।
ଏ ନେଇ  ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଛି ।  ଖୁବ ଶୀଘ୍ର ନିଯୁକ୍ତି ଠିକାଦାର ଦ୍ୱାରା ୧ ମାସ ମଧ୍ୟରେ  ଏହିକାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି ।ପ୍ରାଥମିକ ଭାବେ ସୋମବାର ଦିନ  ନିଯୁକ୍ତ ଭୁବନେଶ୍ୱର ର “ସୁଭଦ୍ରା କଂନସୁଲଟାଣ୍ଟ” ଠିକାଦାର  ପକ୍ଷରୁ ହାଇକୋର୍ଟ ର ନିର୍ମାଣ ହେବାକୁ ଥିବା ତିନିମହଲା ବିଶିଷ୍ଟ ଅତିଥି ଭବନ ର  କୋଠାଘର  ପାଇଁ ଉକ୍ତ ଜାଗା ର ମୂର୍ତ୍ତିକା ପରୀକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି ।ମୂର୍ତ୍ତିକା ସମ୍ପର୍କିତ ରିପୋର୍ଟ ମିଳିବାପରେ ଏହାର  ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର  କରାଯିବ ଓ ଏହାକୁ ଏକବର୍ଷ ମଧ୍ୟରେ ସମାପ୍ତ କରି ହସ୍ତାନ୍ତର କରିବାପାଇଁ ପୂର୍ତ୍ତ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଜଣାଯାଇଛି ।  ୧୫  କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଅତ୍ୟାଧୁନିକ ଅତିଥି ଭବନରେ ପ୍ରତିମହଲା ରେ ୪ ଗୋଟି ଅତ୍ୟାଧୁନିକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଥିବା ସୁଟ ସମୁଦାୟ ୧୨ ଗୋଟି ସୁଟ କୋଠରୀ ରହିବାର ବ୍ୟବସ୍ଥା ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।ଏନେଇ ପୂର୍ତ୍ତ ବିଭାଗର ସ୍ଥାନୀୟ ଇଂଜିନିୟର ଶ୍ରୀ ଦିଲ୍ଲୀପ କୁମାର ବିଶ୍ବାଳ ଏହି ସମସ୍ତ କାର୍ଯ୍ୟ କୁ ତଦାରଖ କରୁଥିବା ଜଣାପଡିଛି।
ଏଠାରେ ସୂଚନା ଥାଉକି ଏହି ନିର୍ମାଣ କାର୍ଯ୍ୟପାଇଁ ଗୋପ ଅମିନ ଜ୍ଞାନେନ୍ଦ୍ର ଭୋଇ, କୋଣାର୍କ ଆର ଆଇ ବିଚିତ୍ର ମୋହନ ମିଶ୍ର, ଗୋପ ତହସିଲଦାର ଏସ କେ ସାଗିର, ଅତିରିକ୍ତ ତହସିଲଦାର ଶରତ ପରିଡା, ଅତିରିକ୍ତ ତହସିଲଦାର ସୌମେନ୍ଦ୍ର ତେଜ,ହାଇକୋର୍ଟ ରେଜିଷ୍ଟ୍ରେର ବିଦ୍ୟାଧର ପୃଷ୍ଟି, କୋଣାର୍କ କୋର୍ଟ ମାଜିଷ୍ଟ୍ରେଟ ଶୋଭନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜାଗା ଚିହ୍ନଟ କରିଥିଲେ ।
Leave A Reply