Odisha news

କୋଣାର୍କ ନାଟ୍ୟ ମଣ୍ଡପ ରେ ୩୪ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ୨୦୨୦ ଉଦଘାଟିତ

0

କୋଣାର୍କ: ଉକ୍ରଳୀୟ କଳା,ସ୍ତାପତ୍ୟ ଓ ସଂସ୍କୃତିର ଅନବଦ୍ୟ ନିଦର୍ଶନ ବିଶ୍ୱ ଏ÷÷ତିହ୍ୟ କୋଣାର୍କ । ସୂର୍ଯ୍ୟମନ୍ଦିର ରେ ଖୋଦିତ ପ୍ରତିଟି ଭାସ୍କର୍ଯ୍ୟ ରେ ଓଡିଆ ଜନଜୀବନ ର ନିଚ୍ଚନ ଛବି ପ୍ରତିଫଳିତ । କାଳର କରାଳ ସୋ୍ରତ ରେ କୋଣାର୍କ ର କଥାକୁହା ସୂକ୍ଷ୍ମକାରୁକାର୍ଯ୍ୟ ଆଜି ଭୂ ଲୁନ୍ଟିତ । ଏହି ଅପୂର୍ବ ଭାସ୍କର୍ଯ୍ୟ ର ମହନୀୟ ସନେ୍ଦଶ କୁ ବାସ୍ତବ ରୂପ ଦେବାର ସ୍ୱପ୍ନ ଦେଖିଥିଲେ ସ୍ୱର୍ଗୀୟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶୀ୍ର ଡଃ ଗୁରୁ ଗଙ୍ଗାଧର ପ୍ରଧାନ । ଯାହା ୧୯୭୮ ମସିହାରେ ଜନ୍ମଲାଭ କରିଥିଲା ନାଟ୍ୟ ମଣ୍ଡପ । ଜୀବନ୍ତ କୋଣାର୍କ ର ସ୍ୱପ୍ନ କୁ ସାକାର କରି ୧୯୮୫ ମସିହା ଫେବୃୟାରୀ ୧୯ ରୁ ୨୧ ତାରିଖ ୩ଦିନ ବ୍ୟାପି ମୁକ୍ତାକାଶ ନାଟ୍ୟ ମଣ୍ଡପରେ ଆୟୋଜିତ ହେଉଛି ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ବାଦ୍ୟ ଯନ୍ତ୍ର ର ଅପୂର୍ବ ସମାରୋହ ଯାହା ୩୪ ବର୍ଷ ରେ ପଦାର୍ପଣ କରିଛି । ଏହି ଉପଲକ୍ଷେ ବୁଧବାର ଦିନ ସଂଧ୍ୟାରେ ନାଟ୍ୟ ମଣ୍ଡପ ମୁକ୍ତାକାଶ ରଙ୍ଗମଂଚ ପରିସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟିତ ହୋଇଛି ନୃତ୍ୟ ସଙ୍ଗୀତ ର ମହାକୁମ୍ଭ । ପଦ୍ମଶୀ୍ର ଗୁରୁ ଗଙ୍ଗାଧର ପ୍ରଧାନଙ୍କ ମାନସ ସନ୍ତାନ ନାଟ୍ୟ ମଣ୍ଡପରେ ଶୁଭୁଛି ଘନ୍ଟ ଘନ୍ଟା ମୃଦଙ୍ଗ ର ମୃଦୁ ଗୁଞରଣ ।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଶୋଭନୀୟ ଶିକ୍ଷାଶ୍ରମ ର ବଡ ଗୁରୁମା ରୁକ୍ମିଣୀ ଦେବୀ, ସ୍ୱର୍ଗତ ପଦ୍ମଶୀ୍ର ଶୀ୍ର ପ୍ରଧାନଙ୍କ ସହ ଧର୍ମିଣୀ ସୁଲୋଚନା ପ୍ରଧାନ, ନାଟ୍ୟ ମଣ୍ଡପର ସଭାପତି ରମଣୀ ରଞନ ଜେନା, ନାଟ୍ୟ ମଣ୍ଡପର ସମ୍ପାଦକ ଶିବାଷିଶ ପ୍ରଧାନ ଓ ସହ ଯୁଗ୍ମ ସମ୍ପାଦକ ଗୁରପଦ ବଳିଆରସିଂ ପ୍ରମୁଖ ଯୋଗଦେଇ ପ୍ରଦୀପ୍ତ ପ୍ରଜ୍ଜଳନ କରି ଉତ୍ସବକୁ ଉଦ୍ ଘାଟିତ କରିଥିଲେ । ପରେ ପରେ ଶିବପଂଚାକ୍ଷରୀ ଭକ୍ତମୟ ଧ୍ୱନିରେ କୋଣାର୍କ ନାଟ୍ୟ ମଣ୍ଡପର ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଲିଙ୍ଗରାଜ ସ୍ୱାଇଁ ଙ୍କ ନୃତ୍ୟ ନିଦେ୍ର୍ଦଶନାରେ ଶିବପଂଚକ ବେଶ ମନଛୁଆଁ ହୋଇପାରିଥିଲା । ଯାହା ମଂଚରେ ଭକ୍ତମୟ ପରିବେଶ ସୃଷ୍ଟି କରିଥିଲା ।

ପରବର୍ତି ପରିବେଷଣ ରେ ଗୁରୁ ଜ୍ୟୋତ୍ସନା ରାଣୀ ସାହୁ ଓ ସାଥୀ ଶିଳ୍ପୀ ମାନେ ହରି ଓଁ ର ତାଳେ ତାଳେ ମଂଚରେ ପ୍ରବେଶ କରିଥିଲେ ଯାହା ବେଶ୍ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ଏବଂ ପରବର୍ତି ପରିବେଷଣରେ ରହିଥିଲା ରସାନୁରାଗ । ଯହିଁରେ ପ୍ରେମ ବିରହ ଓ ମିଳନର ଅଭିସାର କୁ ଅତି ଚମକ୍ରାର ଭାବେ ପରିବେଷଣ କରିଥିଲେ ମଂଚରେ ନୃତ୍ୟାଙ୍ଗାନା ମାନେ ଯାହା ଦର୍ଶକଙ୍କୁ ବିମୋହିତ କରିଥିଲା ।ଏହି କାର୍ଯ୍ୟକ୍ରମକୁ ନାଟ୍ୟମଣ୍ଡପର ଯୁଗ୍ମସମ୍ପାଦକ ଗୁରୁପଦ ବଳିଆର ସିଂ , ଉପଦେଷ୍ଟା ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ର, ଜଟାଧାରୀ ସ୍ୱାଇଁ ,ଜୟକୃଷ୍ଣ ନାୟକ, ଉମେଶ ଚନ୍ଦ୍ର ସ୍ୱାଇଁ, ଆଡଭୋକେଟ ପ୍ରତାପ ମହାନ୍ତି,ସୁଦେଶ୍ମା ସାସମଲ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply