Odisha news

ଗାଡ଼ି ଭାଙ୍ଗିଲେ ଦୁବୃର୍ତ, ଥାନାରେ ଏତାଲା

0

ହିଞ୍ଜିଳିକାଟୁ : ହିଂଜିଳି ଥାନା ଅଂଚଳରେ ମଙ୍ଗଳବାର ୨ଟି ସ୍ଥାନରେ ଦୁବୃର୍ତ ଢେଲା ମାଡ଼ କରି ଗାଡ଼ି ଭାଙ୍ଗିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ହିଂଜିଳିକାଟୁ ପୌରାଂଚଳ ୭ନଂ ୱାର୍ଡ଼ ସୋମପୁର ଗ୍ରାମର ବାବୁ ସେଠି ମଙ୍ଗଳବାର ରାତିରେ ଘର ବାରଣ୍ଡାରେ ନିଜ ବାଜାଜ ଡ଼ିସକଭର ବାଇକ (ନଂ- ଓଆର୦୭ଏକ୍ସ ୮୯୫୪) ରଖି ଘର ମଧ୍ୟରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କୌଣସି ଦୁବୃର୍ତ ବାଇକକୁ ଭାଙ୍ଗି ଚାଲି ଯାଇଥିଲେ ।

ବୁଧବାର ସକାଳ ଗାଡ଼ି ମାଲିକ ଗାଡ଼ି ଭଙ୍ଗାଯାଇଥିବା ଦେଖିଥିଲେ । ସେହିପରି ସ୍ଥାନୀୟ ଥାନା ପୋଡ଼ିଙ୍ଗି ଗ୍ରାମର ଶଙ୍କର୍ଶଣ ବେହେରାଙ୍କ ୨ଟି ହାଇୱା ଟିପର ଗାଡ଼ି (ନଂ- ଓଡ଼ି୧୦କେ ୪୮୮୧ ଓ ଓଡ଼ି୧୦କେ ୪୮୮୨) ଗ୍ରାମ ନୃସିଂହ ମନ୍ଦିର ସମ୍ମୁଖରେ ଥିବା ବେଳେ ସେହି ରାତିରେ କୌଣସି ଦୁବୃର୍ତ ଢେଲା ମାଡ଼ କରି ଗାଡ଼ି ୨ଟିର ସମ୍ମୁଖ ଭାଗ କାଚ ଭାଙ୍ଗି ଚାଲି ଯାଇଥିଲେ ।

ବୁଧବାର ସକାଳୁ ଗାଡ଼ି ଚାଳକ ଗାଡ଼ି ୨ଟିକୁ ଭଙ୍ଗାଯାିଥିବା ଦେଖି ମାଲିକଙ୍କୁ ଖବର ଦେଇଥିଲେ । ଏ ନେଇ ଉଭୟ ଗାଡ଼ି ମାଲିକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।

Leave A Reply