Odisha news

ଆଜି ଠାରୁ ଆରମ୍ଭ ହେଲା ମେଟ୍ରିକ ପରୀକ୍ଷା ଅନୁପସ୍ଥିତ ରହିଲେ ୬୪ ଜଣ ପରୀକ୍ଷାର୍ଥୀ

0

ବାଙ୍ଗିରିପୋଷି: ଚଳିତ ବର୍ଷର ମେଟ୍ରିକ ପରିକ୍ଷା ପାଇଁ ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଶିକ୍ଷା ବିଭାଗ ତରଫରୁ ଦିନ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଜିଲ୍ଲାର ପ୍ରତ୍ୟକ ବ୍ଲକ ଗୁଡିକରେ ଏକ ନୋଡାଲ ସେଂଟର କରାଯାଇଥିବା ବେଳେ ବାଙ୍ଗିରିପୋଷି ବ୍ଲକ ପାଇଁ ସ୍ଥାନୀୟ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ ସେଂଟର ରୁପେ ବଛାଯିବା ସହ ବ୍ଲକରେ ଥିବା ସମସ୍ତ ପରୀକ୍ଷା କେନ୍ଦ୍ର ଓ କୁଳିଅଣା ବ୍ଲକ ପରିକ୍ଷା କେନ୍ଦ୍ର ଗୁଡିକୁ ଉତର ଖାତା ଏବଂ ଏଡମିଟ କାର୍ଡ ଏହି ନୋଡାଲ ସେଂଟର ମାଧ୍ୟମରେ ବିତରଣ କରାଯିବାର ବ୍ୟବସ୍ଥା ହୋଇଛି ।

ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ପାଇଁ ବାଙ୍ଗିରିପୋଷି ବ୍ଲକରେ ୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସର୍ବମୋଟ ୮ଟି ପରୀକ୍ଷା କେନ୍ଦ୍ରରେ ରେଗୁଲାର ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମିଶି ୧୫୭୯ ପରିକ୍ଷାର୍ଥୀ ଦେବାର ଥିବା ବେଳେ ୧୫୧୫ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଲେ ବୋଲି ସୁଚନା ମିଳିଛି । ମୋଟ ୬୪ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଇ ନଥିବା ଜଣାପଡିଛି ।

ସେଥି ମଧ୍ୟରୁ ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୪୫ରୁ ୨୧୫ ଜଣ ପରୀକ୍ଷାର୍ଥୀ, ଗୌରୀଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୩ ରୁ ୧୩୫ ଜଣ, ଦ୍ୱାରଶୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୨୭୩ ରୁ ୨୭୧ ଜଣ, ଗୋଲାମୁଣ୍ଢାକଟା ଉଚ୍ଚ ବିଦ୍ୟାଳୟରେ ୧୮୬ ରୁ ୧୭୮ ଜଣ, କୁସୁମବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୨୯ ରୁ ୧୨୧ ଜଣ,ବଣକାଟୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ୨୯୧ ରୁ ୨୮୨ ଜଣ ଏବଂ ଜଗନ୍ନାଥ ଖୁଂଟା ଉଚ୍ଚ ବିଦ୍ୟାଳୟରେ ୧୯୫ ରୁ ୧୯୦ଜଣ ,କୁମ୍ଭାରମୁଣ୍ଡାକଟା ଉଚ୍ଚ ବିଦ୍ୟାଳୟରେ ୧୧୭ ରୁ ୧୦୩ ପରିକ୍ଷାର୍ଥୀ ପରିକ୍ଷା ଦେଇଛନ୍ତି । ତେବେ ଆଜିକାର ପରୀକ୍ଷାରେ କୌଣସି ପ୍ରକାର ଅପ୍ରିତୀକର ଘଟଣା ଘଟିନଥିବାର ଜଣାପଡିଛି ।

Leave A Reply