ବାଙ୍ଗିରିପୋଷି: ବାଙ୍ଗିରିପୋଷି ତହସିଲ ଅନ୍ତର୍ଗତ କୁସୁମବନ୍ଧ ପଂଚାୟତର କୁସୁମବନ୍ଧ ଗ୍ରାମରେ ଅଗ୍ନିକାଣ୍ଡ ଘଟି ବିପୁଳ କ୍ଷତି ଘଟିଛି । ଅନୁମାନିକ ଭାବେ କ୍ଷୟକ୍ଷତିର ପରିମାଣ ଆକଳୋନ କରା ଯାଇନାହିଁି ।
ନିଆଁର ତାଣ୍ଡବରେ ଗୋଟିଏ ପରିବାର ସଂପୁର୍ଣ୍ଣ ସର୍ବସାନ୍ତ ହୋଇଯିବା ସହ ବାସହୀନ ହୋଇ ପଡିଛି । ମଙ୍ଗଳବାର ଅପରାହ୍ନ ସମୟରେ କୌଣସି କାରଣ ବସତଃ ଉକ୍ତ ଗ୍ରାମର ଛତିଶ ଚନ୍ଦ୍ର ବେହେରାଙ୍କ ୩ ବଖରା ଘରେ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯିବା ସହ ବ୍ୟାପକ ସମ୍ପତି କ୍ଷୟକ୍ଷତି ଘଟିଛି । ଘରେ ଥିବା ଧାନ, ଚାଉଳ, ସହିତ ଘରେ ଥିବା ସମସ୍ତ ଆସବାବପତ୍ର, ଖାଦ୍ୟ ସାମଗ୍ରୀ,କିଛି ନଗଦ ଟଙ୍କା, ଅଳଙ୍କାର, ଜରୁରୀ କାଗଜ ପତ୍ର ଅଗ୍ନିକାଣ୍ଡରେ ଜଳି ଯାଇଛି ।
ବାଙ୍ଗିରିପୋଷି ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତଃ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଘର ସଂପୁର୍ଣ୍ଣ ଜଳି ଯାଇଥିଲା । ଅଗ୍ନିବିପନ୍ନ ପରିବାରଟି ଗରିବ ବର୍ଗର ହୋଇଥିବାରୁ ଏକ ପ୍ରଧାନମନ୍ତ୍ରୀ ଆବାସ ସହିତ ଅତିଶିଘ୍ର ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମବାସୀ ତରଫରୁ ଦାବୀ ହେଉଛି ।