Odisha news

ଟାୱାର ବିଟିଏସ ମେସିନ ଚୋରୀ ଅଭିଯୋଗରେ ୨ ଗିରଫ:କାର ଓ ଚୋରୀ ସାମଗ୍ରୀ ଜବତ

0

କୁଆଖିଆ:ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ନିକଟସ୍ଥ ବିଲିପଡା ଗ୍ରାମନିକଟରୁ ଗତ ୨ ଦିନ ତଳେଟାୱାର ବ୍ୟାଟେରୀ ଓ ବିଟିଏସ କ୍ଲଷ୍ଟର ମେସିନ ଚୋରୀ କରି ପଳାଇଥିବା ଆସାମୀ ଦ୍ୱୟ ପୁଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି ।

ପ୍ରକାଶ ଯେ ରସୁଲପୁର ବିଲିପଡା ନିକଟରୁ ୧୭ ତାରିଖ ରାତି ୮ ଟା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବ୍ୟାଙ୍କ କଲୋନୀର ଜଗନ୍ନାଥ ରାଓଙ୍କ ପୁଅ ନରେଶ ରାଓ(୩୫) ଏବଂ ତାର ସାଥି ନୟାଗଡ ଜିଲ୍ଲା ରଣପୁର ଥାନା ଗୋପାଳପୁର ଗ୍ରାମର ଗୋପାଳ ସାହୁଙ୍କ ପୁଅ ବାପୁ ଓରଫ ଗୈାରୀ କିଶୋର ସାହୁ (୩୨)ଚୋରୀ କରିନେଇଥିଲେ ।

ଏ ସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ମନୋଜ କୁମାର ସ୍ୱାଇଁ କେସ ନଂ ୫୭ ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଳେ ।ଆଜି ୨ ଚୋରଙ୍କୁ ଚଣ୍ଡିଖୋଲ ବଜାରରୁ କୈାଶଳରେ ଧରିବା ସହ ସେମାନଙ୍କ ପାଖରୁ ଚୋରୀ ଯାଇଥିବା ଲକ୍ଷାଧିକ ଟଙ୍କାର ୮ ଟି କ୍ଲଷ୍ଟର ବିଟିଏସ ମେସିନ ଓ ବ୍ୟବହୃତ କାରକୁ ଜବତ କରାଯାଇଛି । ଏହି ଘଟଣାରେ ସେ ଦ୍ୱୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.