ଯାଜପୁରସଦର :ଆଜିଠାରୁ ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ପ୍ରଥମ ଦିନର ପରୀକ୍ଷା ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଛି ବୋଲି ଜିଲ୍ଲାଧିକାରୀ ଙ୍କ କାର୍ଯ୍ୟାଳୟରୁ ପ୍ରକାଶ । ଆଜି ପରୀକ୍ଷାର ପ୍ରଥମ ଦିନ ଓଡିଆ ଭାଷାରେ ୨୬୬୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ହେଲେ ୫୦୨ଜଣ ନୀୟମିତ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ଓ ସେହିପରି ମଧ୍ୟମା ପରୀକ୍ଷାରେ ୭୩୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ ଜଣ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୪୧ ଜଣଙ୍କ ମଧ୍ୟରୁ ୨୦ ଜଣ ଅନୁପସ୍ଥିତ ରହିଚ୍ଥନ୍ତି ବୋଲି ଜିଲ୍ଲା ଶିକ୍ଷାଧୀକାରୀଙ୍କ ଠାରୁ ପ୍ରକାଶ ।
ଅନ୍ୟପଟେ ବିଦ୍ୟାଳୟ କର୍ତୁପକ୍ଷଙ୍କ ଖାମଖିଆଲି ମନୋଭାବ ପାଇଁ ଆର୍ଡମିଟ୍ କାର୍ଡ ନଆସିବାରୁ ୨ଜଣ ଛାତ୍ର ପରୀ୩ା ଦେବାରୁ ବଂଚିତ ହୋଇଛନ୍ତି । ଏହି ଘଟଣା ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲର ୨ଛାତ୍ର ସୈାମ୍ୟ ରଂଜନ ମହାନ୍ତି,ସୈାମ୍ୟ ରଂଜନ ବାରିକ ନିର୍ଦ୍ଧାରିତ ପରୀକ୍ଷା ଫି ଦେଇ ଫର୍ମପୁରଣ କରିଥିଲେ । ହେଲେ ଆର୍ଡମିଟ୍ କାର୍ଡ ନଆସିବାରୁ ୨ଛାତ୍ର ପରୀକ୍ଷାରୁ ବଂଚିତ ହେବାକୁ ପଡିଲା ବୋଲି ତାଙ୍କ ପରିବାର ପକ୍ଷରୁ ଥାନା ଓ ଜିଲ୍ଲାଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ଅପରପକ୍ଷରେ ପରୀକ୍ଷା ଆରମ୍ଭରେ ଭାରପ୍ରାପ୍ତ ଜିଲ୍ଳ୍ାପାଳ ତଥା ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ , ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତୀ, ଜିଲ୍ଳ୍ା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯାଜପୁର ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ବୈଷ୍ଣବ ଦତ୍ତ ଊଚ୍ଚ ବିଦ୍ୟାଳୟ, ଜିଲ୍ଳ୍ା ସ୍କୁଲ, ପାଣିକୋଇଲି ଊଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ପରଖିଥିଲେ । ଅପର ପକ୍ଷରେ ଚଳିତ ବର୍ଷ ପରୀକ୍ଷା ଶୃଙ୍ଖଳାର ସହ ପରିଚାଳନା ଓ ଯେପରି କୈାଣସି ଅନିୟମିତତା ନ ହୁଏ ସେଥିପାଇଁ ବୋର୍ଡ ଅନେକ ପଦକ୍ଷେପ ଗ୍ରହଣ କରିଚ୍ଥନ୍ତି । ଅନେକ ପରୀକ୍ଷା କେନ୍ଦ୍ରରେ ସି.ସି. ଟିଭି ଲଗାଯାଇଚ୍ଥି ।
ତେବେ ଏହାକୁ ମଧ୍ୟ ଅନିୟମିୟତା ଊଦେ୍ଦଶ୍ୟରେ ଊଦେ୍ଦଶ୍ୟମୂଳକ ଭାବେ ଖରାପ କରିଦେବାର ସମ୍ଭାବନା ଥିବାରୁ ବୋର୍ଡ ଏଥିପାଇଁ କଠୋର ନିଷ୍ପତ୍ତି ଗ୍ରହଣ କରିଚ୍ଥି । ଯଦି କୈାଣସି ସିସି ଟିଭିକୁ ଊଦେ୍ଦଶ୍ୟ ମୂଳକ ଭାବେ ଖରାପ କରାଯାଏ ତେବେ ସଂପୃକ୍ତ ପରୀକ୍ଷା କେନ୍ଦ୍ର ଓ କେନ୍ଦ୍ର ସହ ଜଡିତ ଅନ୍ୟାନ୍ୟ ବିଦ୍ୟାଳୟକୁ ଦାୟୀ କରାଯାଇ କ୍ଷତି ପୂରଣ ଆଦାୟ କରାଯିବ । ତତ୍ ସହିତ ଏହାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ପଂଳ ମଧ୍ୟ ସ୍ଥଗିତ ରଖାଯିବ ବୋଲି ବୋର୍ଡ କର୍ତୃପକ୍ଷ ସ୍ପଷ୍ଟ କରିଦେଇଚ୍ଥନ୍ତି । ଏହା ପରୀକ୍ଷର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କିଚ୍ଥି ବିଶୃଙ୍ଖଳିତ ବ୍ୟକ୍ତିଙ୍କ ଅନିୟମିତତା ଯୋଗୁ ଲକ୍ଷ ଲକ୍ଷ ଚ୍ଥାତ୍ର ଚ୍ଥାତ୍ରୀ କ୍ଷତିଗ୍ରସ୍ତ ଓ ଚାପଗ୍ରସ୍ତ ହେବାର ସମ୍ଭାବନା ମଧ୍ୟ ରହିଚ୍ଥି । ତେଣୁ ଏଭଳି ବିଶୃଙ୍ଖଳିତ ଆଚରଣ ବା କାର୍ଯ୍ୟ ନ କରିବାକୁ ଭାରପ୍ରାପ୍ତ ଜିଲ୍ଳ୍ାପାଳ ଶ୍ରୀ ନାୟକ ସମସ୍ତଙ୍କୁ ଅନୁରୋଧ କରିଚ୍ଥନ୍ତି ।