Odisha news

ବୟସ୍କ ମହିଳା ମାଟ୍ରିକ ପରୀକ୍ଷା ଦେଲେ

0

ଧର୍ମଶାଳା,୧୯ ।୨ ଧର୍ମଶାଳା ବ୍ଲକ ବଡମଙ୍ଗଳପୁର ଗ୍ରାମର ୫୮ ବର୍ଷର ଜଣେ ମହିଳା ଆଜି ମାଟ୍ରିକ ପରୀକ୍ଷା ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ବଡମଙ୍ଗଳପୁର(କପିଳେଶ୍ୱରପୁର) ଗ୍ରାମର ଅର୍ଚ୍ଚନା ଦାଶ ପତ୍ର ବିନିମୟ ମାଧ୍ୟମରେ ଯାଜପୁର ସରକାରୀ ହାଇସ୍କୁଲରେ ପରୀକ୍ଷା ଦେଇଛନ୍ତି । କପିଳେଶ୍ୱରପୁର ଗ୍ରମାର ଅର୍ଚ୍ଚନା ଆଶା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ପୁଅ,ବୋହୁ ଓ ନାତୀ ନାତୁଣୀଙ୍କ ଦ୍ୱାରା ପ୍ରଭାବିତ ହୋଇ ମାଟ୍ରିକ ପରୀକ୍ଷା ଦେଇଥିବା ଅର୍ଚ୍ଚନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply