ନିମାପଡା:ନିମାପଡା ଥାନା ଅନ୍ତର୍ଗତ ଧିରପୁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସ୍କୁଲର ଶ୍ରେଣୀ ଗୃହ ଫ୍ୟାନରେ କେବୁଲ ତାର ଲଗାଇ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି ।ମୃତ ଶିକ୍ଷକ ଜଣକ ହେଲେ ନିକଟସ୍ଥ ଜାଗେଶ୍ୱରପୁର ଗ୍ରାମର ଆର୍ତତ୍ରାଣ ସ୍ୱାଇଁ(୫୧)ାଶିକ୍ଷକ ଆର୍ତତ୍ରାଣଙ୍କ ପାଖରେ ସ୍କୁଲର ଗୋଟିଏ ଚାବି ରହିଥିଲା ।
ସେ ଆଜି ସକାଳେ ବିଦ୍ୟାଳୟକୁ ଆସି ଶ୍ରେଣୀ ଗୃହ ଖୋଲି ଫ୍ୟାନରେ କେବୁଲ ତାର ଲଗାଇ ସେଥିରେ ସେ ଆତ୍ମହତ୍ୟା କରିଥିଲେ ।ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଆସି ଆର୍ତତ୍ରାଣଙ୍କ ମୃତ ଶରୀର ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ।ତାଙ୍କ ମୃତୁ୍ୟର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସେ ହାତ ଉଧାର କରଜରେ ବୁଡି ରହି ମାନସିକ ଚାପରେ ଥିଲେ ବୋଲି ଶୁଣିବାବୁ ମିଳୁଛି ।ସ୍କୁଲର କ୍ଲାସ ରୁମରେ ଶିକ୍ଷକ ଆତ୍ମହତ୍ୟା କରିଥିବା ଖବର ପ୍ରଘଟ ହେବାପରେ ଦେଖିବାକୁ ସ୍କୁଲ ପରିସରରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା ।
ଶିକ୍ଷକ ଆର୍ତତ୍ରାଣଙ୍କ ପାଖରେ ସ୍କୁଲର ଗୋଟିଏ ଚାବି ରହିଥିଲା । ଆର୍ତତ୍ରାଣ ଏବଂ ସ୍କୁଲ ଷ୍ଟାଫଙ୍କ ମଧ୍ୟରେ କୈାଣସି ଝଗଡା କି ମନମାଳିନ୍ୟ ନଥିଲା,ସ୍କୁଲରେ କାହିଁକି ସେ ଏଭଳି କାମ କଲେ କିଛି ବୁଝିପାରୁନଥିବା କଥା ପ୍ରଧାନ ଶିକ୍ଷୟତ୍ରୀ କନକଲତା ମହାନ୍ତି ପ୍ରକାଶ କରିଛନ୍ତି ।ନିମାପଡା ଥାନା ଆଇଆଇସି ଜନାର୍ଦ୍ଦନ ପାଢୀ ଘଟଣା ସ୍ଥଳରେ ପହଚିଂ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।ତଦନ୍ତ ଚାଲିଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ଶ୍ରୀ ପାଢୀ ସୂଚନା ଦେଇଛନ୍ତି ।