Odisha news

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗଙ୍ଗାଧର ପୁଆଲ

0
ରାୟଗଡା- ଜିଲ୍ଲା ପରିଷଦ ସଭାପତି ପଦବୀ ଉପ ନିର୍ବାଚନରେ କାମ ଦେଲା ନାହିଁ ବିଜେପି ଓ କଂଗ୍ରେସର ୱିପ । ୬ଟି ଅଧିକା ଭୋଟ ପାଇ ବାଜି ମାରିନେଲା ଶାସକ ବିଜେଡି ଦଳ। ଜିଲ୍ଲା ପରିଷଦ ସଭାପତି ଭାବେ ଗଙ୍ଗାଧର ପୁଆଲା ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଶ୍ରୀ ପୁଆଲା ଓ କଂଗ୍ରେସ ପ୍ରାର୍ଥୀ ଆଶୁତାେଷ କିଲାକା ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି  ନିର୍ବାଚନରେ ଜିଲ୍ଲାର ୨୨ଟି ଜୋନରୁ କଂଗ୍ରେସର ୧୦ଜଣ,ବିଜେଡିର ୭ଜଣ ଓ ବିଜେପି ଦଳର ୨ଜଣ ସର୍ବମୋଟ ୧୯ଜଣ ପରିଷଦ ସଭ୍ୟସଭ୍ୟାମାନେ ଭୋଟ ଦେଇଥିଲେ। ତେବେ ବିଜେପି ସଭ୍ଯ ରାମଚନ୍ଦ୍ର ବେହେରା ଏବଂ ସାରଦା ସେନାପତି ଓ୍ବିପକୁ ସମ୍ମାନ ଦେଇ ଅନୁପସ୍ଥିତ ଥିଲେ। ତେବେ ଏମାନଙ୍କ ମଧ୍ୟରେ ଜଣେ ଭୋଟ ନାକଚ କରିଛନ୍ତି।
ଏବଂ କଂଗ୍ରେସର ୪ଜଣ ଓ ବିଜେପିର ୨ଜଣ ସଭ୍ୟ କ୍ରସ ଭୋଟିଂ କରି ମୋଟ ୧୩ଟି ଭୋଟ ପାଇଁ ବିଜେଡି ପ୍ରାର୍ଥୀ ଶ୍ରୀ ପୁଆଲାଙ୍କୁ ବିଜୟୀ କରିଛନ୍ତି। ଏହି ନିର୍ବାଚନ ଅଧିକାରୀ ଭାବରେ ପିଡି ଡିଆରଡିଏ ଅମ୍ରିତ ଋତୁ ରାଜ ନିର୍ବାଚନ ପରିଚାଳନା କରିଥିଲେ। ତେବେ ଏହି ନିର୍ବାଚନରେ ବିଜେଡି ଶିବିରରେ ଖୁସିର ଲହରୀ ଖେଳିଥିବା ବେଳେ କଂଗ୍ରେସ ଓ ବିଜେପି  କ୍ରସ ଭୋଟିଂ କରିଥିବା ସଦସ୍ୟଙ୍କୁ ନେଇ ଚିନ୍ତାରେ ପଡିଛନ୍ତି । ଜିଲ୍ଲାର ଆହୁରି ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଆଲା ପ୍ରକାଶ କରିଛନ୍ତି ।ନିର୍ବାଚନରେ ଭୋଟ ଦାନରୁ ବିରତ ରହିବା ପାଇଁ ବିଜେପି ପକ୍ଷରୁ ହ୍ବିପ ଜାରି ହୋଇଛି। ତେବେ ବିଜେପିର ସଭ୍ୟ ନେତ୍ରାନନ୍ଦ କୈବର୍ତ୍ତ ଓ ସଭ୍ୟା ପୁଷ୍ପାଞ୍ଜଳି ମୁଟୁକା ହ୍ବିପ ଅବମାନନା କରି ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହେବାରୁ ଉତେଜନା ଦେଖାଦେଇଛି। ଉଭୟ ବିଜେପି ଓ କଂଗ୍ରେସ ଦଳର କର୍ମୀ ମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ।
ଏଭଳିକି ବିଜେପିର ଦୁଇ ଜଣ ସଭ୍ୟ ଓ ସଭ୍ୟାଙ୍କୁ ଭୋଟଦାନ କେନ୍ଦ୍ରରୁ ବାହାର କରିବା ପାଇଁ ଜିଦ ଧରି ବସିଥିଲେ। ଫଳରେ ପୁଲିସ ସହ ବଚସା ଓ ଠେଲାପେଲ ହୋଇଥିଲା। ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ବିଜେଡି ଘୋଡ଼ା ବେପାର କରିଛନ୍ତି ବୋଲି ବିଜେପି ଜିଲ୍ଲା ସଭାପତି ଶିବପ୍ରସାଦ ପଟନାୟକ ଏବଂ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି। ଏନେଇ କଂଗ୍ରେସ ସଭାପତି ଶ୍ରୀ ପଣ୍ଡା ଏବଂ ବିଜେପି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳ ଏବଂ ଏସପିଙ୍କୁ ସାକ୍ଷାତକରି ଅଭିଯୋଗ କରିଥିଲେ। ଏହି ଜିଲ୍ଲାପରିଷଦ ନିର୍ବାଚନ ଦୃଷ୍ଟିରେ ରଖି ଡିଆରଡିଏ କାର୍ଯ୍ଯାଳୟ ଠାରୁ ୧୦୦ ମିଟର ଯାଏ ସର୍ବ ସାଧାରଣଙ୍କୁ ପ୍ରବେଶ ନିଷେଧ କରିଥିଲେ। ଏହି ସବୁର ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏସଡିପିଓ ତପନ ନାରାୟଣ ରଥ ସ୍ଥିତି ଅନୁଧ୍ୟାନ କରୁଥିଲେ। ପ୍ରକାଶ ଥାଉକି ଗତ ଜିଲ୍ଲାପରିଷଦ ଅଧ୍ୟକ୍ଷ  ନିର୍ବାଚନ ସମୟରେ ବିଜେପି ସଭ୍ଯ କଂଗ୍ରେସ ଏଜେଣ୍ଟଙ୍କୁ ଭୋଟ ଭେଲେଟ ପେପର ଦେଖେଇ ଥିବାରୁ  ବିଜେଡି ସଭ୍ଯ ଗଙ୍ଗାଧର ପୁଆଲ କୋର୍ଟର ଆଶ୍ରୟ ନେଇଥିଲେ । ଗତ ଡିସେମ୍ବର ୨୪ ତାରିଖରେ କୋର୍ଟ ସେହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ସେହି ଦିନ ରାତିରେ କଂଗ୍ରେସ ନେତା  ତଥା ଅସିଦ୍ଧ ଘୋଷଣା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ରାସ୍ତା ଦୁର୍ଘଟଣା ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ଆଜି ବିଜେଡି କଂଗ୍ରେସ ଠାରୁ ଅଧ୍ୟକ୍ଷ ପଦ ଝାମ୍ପି ନେଇଛି।
Leave A Reply