ନାଉଗାଁ:ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟର ନୟାସିଙ୍ଗଡା ଗ୍ରାମର ବାବାଜୀ ଓଝାଙ୍କ ଝିଅକୁ ଯୈ÷ାତୁକ ପାଇଁ ଶାଶୁଘର ଲୋକ ମାରି ଟାଙ୍ଗି ଦେଇଥିବା ବାବାଜୀ ନାଉଗାଁ ଥାନାରେ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ଝିଅ ଜୟନ୍ତୀ ମହାରଣା ୬ ବର୍ଷ ତଳେ ତିରୁଣା ପଂଚାୟତ ଅନ୍ତର୍ଗତ ତେଂଟୋଇ ଗ୍ରାମର ଦିଲ୍ଲୀପ ମହାରଣାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।
ବିବାହ ସମୟରେ ଶାଶୁଘର ପକ୍ଷରୁ ଦାବି ମୁତାବକ ସମସ୍ତ ଜିନିଷ ପତ୍ର ପ୍ରଦାନ କରାଯାଇଥିଲା । ବିବାହ ପରେ ଦିଲ୍ଲିପର ମା ପ୍ରେମଲତା ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇ ଆସୁଥିଲେ । ଦିଲ୍ଲିପ ଫର୍ଣ୍ଣିଚର ଦୋକାନ କରିବା ପାଇଁ ଦିଲ୍ଲିପର ମା ପ୍ରେମଲତା ତାଙ୍କ ଝିଅକୁ ଅଧିକ ଟଙ୍କା ଆଣିବା ପାଇଁ କହି ଶାରିରୀକ ତଥା ମାନସିକ ନିର୍ଯ୍ୟାତନା ଦେଉଥିଲା । ତାଙ୍କ ଝିଅ ଏଥିରେ ରାଜି ନ ହେବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ଝିଅର ସ୍ୱାମୀ ଦିଲ୍ଲିପ ଓ ଶାଶୁ ପ୍ରେମଲତା ଦୁହେଁ ମିଶି ତାଙ୍କ ଝିଅକୁ ମାରି ଟାଙ୍ଗି ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।
ତେଣୁ ତାଙ୍କ ଝିଅକୁ ମାରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନିନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନାଉଗାଁ ଥାନା ପକ୍ଷରୁ ସୂଚନା ପାଇ ଏସଆଇ ବିବେକାନନ୍ଦ ସାହୁ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିଥିଲେ । ନାଉଗାଁ ଥାନା ପକ୍ଷରୁ ଅଭିଯୋଗ ଭିତିରେ ୩୧/୨୦୨୦ରେ ଏକ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଥାନାଧିକାରୀ ଗୋବର୍ଦ୍ଧନ ସାହୁ ସୂଚନା ଦେଇଛନ୍ତି ।