ସୌର ଆଲୋକରେ ଝଲସିବ ନବ ନିର୍ମିତ ହସ୍ତଶିଳ୍ପ ବଜାର
ରାତିରେ ନିରବିଛିନ୍ନ ଆଲୋକ ପାଇବେ ପର୍ଯ୍ୟଟକ, ପର୍ଯ୍ୟଟକ ଓ ବ୍ୟବସାୟୀ ଙ୍କ ପାଇଁ ସୌରଚଳିତ ୱାଟର ଏଟିଏମ । ଆଇଓସିଏଲ ପାଚେରୀ କଡେ କାଡେ ପାର୍କ ସହିତ ହେବ ପର୍ଯ୍ୟଟକ ବିଶ୍ରାମ ସ୍ଥଳୀ।
କୋଣାର୍କ :- ବିଶ୍ୱ ଐତିହ୍ୟ ତଥା ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ କୁ ଶତପ୍ରତିଶତ ସୌର ଆଲୋକରେ ଆଲୋକିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସ୍ବପ୍ନକୁ ସାକାର କରିବା ଲକ୍ଷ ନେଇ କେନ୍ଦ୍ର ସରକାର କେନ୍ଦ୍ରୀୟ ଯୋଜନା ଅଧୀନରେ ଏକ ଯୋଜନା ହାତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନ ପ୍ରାଥମିକ କାର୍ଯ୍ୟ ଏବେ କୋଣାର୍କ ଏନଏସି ର ମୁଖ୍ୟ ବଜାର ସହିତ ଚନ୍ଦ୍ରଭଗା ଓ ବିଶେଷ ଭାବେ ବହୁ ପୁରାତନ ଚନ୍ଦ୍ରଭଗା ତୀର୍ଥ ପୁଷ୍କରିଣୀ କୁ ସୌର ଆଲୋକରେ ଆଲୋକିତ କରିବା କାର୍ଯ୍ୟ ଶେଷ ହୋଇଥିଲା ବେଳେ ଏବେ ଆଉ ଏକ ନୂଆ ଅଧ୍ୟାୟ ପ୍ରଶାସନ ପକ୍ଷରୁ ଯୋଡିହୋଇଛି ।
ନବନିର୍ମିତ ହସ୍ତଶିଳ୍ପ ବଜାର ହେବ ସୌର ଆଲୋକ ରେ ଆଲୋକିତ । ସମଗ୍ର କୋଣାର୍କ କୁ ସୌନ୍ଦର୍ଯ୍ୟ କରଣ କରିବା ଓ ନିରବଚ୍ଛିନ୍ନ ଭାବେ ପର୍ଯ୍ୟଟକଙ୍କୁ ସୁବିଧା ପାଇଁ ରାସ୍ତା ଅଲୋକିକରଣ କରିବା ଲକ୍ଷ ନେଇ କୋଣାର୍କ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୁଚିନ୍ତିତ ଯୋଜନା ପାଇଁ ନବନିର୍ମତ ହସ୍ତଶିଳ୍ପ ବଜାର ରେ ୫ ଗୋଟି ସୋଲାର ଟ୍ରି ମାଧ୍ୟମ ରେ ୨୦ ଗୋଟି ୪୦ ୱାଟ ବଲବ ବିଶିଷ୍ଠ ସୌରଚାଳିତ ଷ୍ଟ୍ରିଟ ଲାଇଟ ଲଗାଯାଇ ଏହାକୁ ସୌର ଆଲୋକରେ ଆଲୋକିତ କରାଯିବା କାର୍ଯ୍ୟ ଯୁଧ୍ୟକାଳୀନ ଭିତିରେ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ଙ୍କୁ ଡକାଇ ସ୍ଥିତି ଅନୁଧ୍ୟାନ କରିଥିବା ସହିତ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି । ତା ସହିତ ପର୍ଯ୍ୟଟକମାନଙ୍କ ସହ ହସ୍ତଶିଳ୍ପ ବ୍ୟବସାୟୀ ଙ୍କ ପିଇବା ପାଣି ର ଯୋଗାଇ ଦେବା ନିମନ୍ତେ ହସ୍ତଶିଳ୍ପ ବଜାରରେ ଦୁଇଟି ପିଇବା ପାଣି ସୋଲାର କିଓସ୍କ(ଏ ଟି ଏ) ଵସା ଯିବାର ବ୍ୟବସ୍ଥା କରାଯାଇଛି ଏବଂ ପର୍ଯ୍ୟଟକ ଓ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କ ପାଇଁ ମଡେଲ ଶୌଚାଳୟ ଖୁବ ଶୀଘ୍ର ନିର୍ମାଣ କରାଯିବ ବୋଲି କୋଣାର୍କ ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି। ହସ୍ତଶିଳ୍ପ ସମ୍ମୁଖ ରେ ଥିବା ଆଇଓସିଏଲ ପାଚେରୀ କଡେ କଡେ ବିଶ୍ରାମ ପାଇଁ ପାଦଚଲା ରାସ୍ତା ଭାବରେ ଫେବର ବ୍ଲକ ପକା ଯାଇ ନବଗ୍ରହ ରାସ୍ତା ସମୁଖରୁ ମଙ୍ଗଳା ମନ୍ଦିର ଦେଇ ଆଇଓସିଏଲ ପାଚେରୀ କଡ଼ଦେଇ ରିଂରୋଡ଼ ପର୍ଯ୍ୟନ୍ତ ମଧ୍ୟ ଏହି ଫେବର ବ୍ଲକ ବିଛାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।
ତେବେ କୋଣାର୍କ ଏନଏସି ର ତତ୍ୱବଧାନ ରେ ଖୁବଶୀଘ୍ର କୋଣାର୍କ ବାସୀଙ୍କ ର ସୌରସହର ର ସ୍ବପ୍ନ ପୁରଣ ହେବାକୁ ଯାଉଥିବା ଜଣାପଡିଛି।ଓଡିଶା ସରକାରଙ୍କ ଓରେଡା ପକ୍ଷରୁ ୧୫ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟରେ କେନ୍ଦ୍ରୀୟ ଯୋଜନାର ଅଧିନ ଏହି ସୌର କାର୍ଯ୍ୟ ନିଯୁକ୍ତ ଠିକାଦାର ଦ୍ୱାରା କାର୍ଯ୍ୟ ଜୋରସୋରରେ କାର୍ଯ୍ୟ ଚାଲୁରହିଛି। ଖୁବ ଶୀଘ୍ର ଏହି ସମସ୍ତ କାର୍ଯ୍ୟ ଶେଷ ହେବା କ୍ଷଣି ସୌର ସହର ଭାବେ ଝଲସିବ କୋଣାର୍କ ସହର ।କୋଣାର୍କ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଏମ.ଶ୍ରୀନିବାସନ ଙ୍କ ଦ୍ୱାରା ସ୍ତିରୀକୃତ ଜାଗାରେ ସୌର ଷ୍ଟ୍ରଟ ଲାଇଟି ପୋଲ ବସାଯାଇ ସମଗ୍ର ଅର୍କକ୍ଷେତ୍ର ସହର କୁ ସୌର ବିଦ୍ୟୁତ ଯୋଗାଇଦିଆଯିବା ନିମନ୍ତେ କାର୍ଯ୍ୟ ଆରମ୍ଭ କରାଯାଇଥିବା ଦେଖାଯାଇଛି, ତାସହିତ ଇ- ଅଟୋ ରିକ୍ସା, ପିଇବାପାଣି କିଓସ୍କୋ, ଷ୍ଟ୍ରିଟଲାଇଟି କାର୍ଯ୍ୟ ମଧ୍ୟ କରାଯାଉଛି ।
ଏଠାରେ ସୂଚନାରୁ ଜଣାପଡେ ଓରେଡା ଦ୍ୱାରା ନିଯୁକ୍ତ ଠିକାଦାର କୋଣାର୍କ ର ବିଭିନ୍ନ ଜାଗାରେ ୪୦ ଗୋଟି ସୌର ଚାଳିତ ପାନୀୟ ଜଳ କିଓସ୍କୋ ମଧ୍ୟ ସ୍ଥାପନ କରିସାରିଛନ୍ତି ।ଅନରୁପ ଭାବେ ପ୍ରଥମ ପର୍ଯ୍ୟାୟରେ କୋଣାର୍କ ର ବିଭିନ୍ନ ଜାଗାରେ ଚିହ୍ନଟ ସ୍ଥାନରେ ୨୦୦ ଟି ରୁ ଉର୍ଦ୍ଧ ସୌର ଚାଳିତ ୪୦ ୱଟ ବଲ ସଂଯୁକ୍ତ ଏଲଇଡ଼ ଷ୍ଟ୍ରଟି ଲାଇଟି ଲାଗିବା କାର୍ଯ୍ୟ ମଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ୪ ଗୋଟି ସୌରଚାଳିତ ଷ୍ଟ୍ରିଟ ଲାଇଟି ଖୁଣ୍ଟକୁ ନେଇ ଏକ ୫ ଟିକିଆ ସୌର ପ୍ୟାନେଲ ଥିବା ଏକ ସୌର ଟ୍ରି ପ୍ରତିଷ୍ଠା କରାଯାଇଛି ।ଯାହା ଫଳରେ ରାତିତମାମ ଏହି ସୌର ଟ୍ରି ଷ୍ଟ୍ରିଟ ଲାଇଟି ଗୁଡିକୁ ନିରବିଚ୍ଛିର୍ଣ ଭାବେ ବିଦ୍ୟୁତ ଯୋଗାଇବା ସହିତ ସହରକୁ ଆଲୋକିତ କରିପାରିବ ।
ଏହିପରି ପ୍ରଥମ ପର୍ଯ୍ୟାୟରେ ସମଗ୍ର କୋଣାର୍କ ରେ ୫୦ ଗୋଟି ସୌର ଟ୍ରି ସ୍ଥାପନ କରାଯାଇ ୨୦୦ ରୁ ଉର୍ଦ୍ଧ ଟି ଷ୍ଟ୍ରିଟଲାଇଟି ଖୁଣ୍ଟ ଲଗାଯାଇ ଆଲୋକିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଫଳରେ ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ଇକୋଫ୍ରେଣ୍ଡଲି ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ରେ ଖୁବ କମ ଦିନରେ ପରିଣତ ହେବା ସହ ରାଜ୍ୟ ପର୍ଯ୍ୟଟନ ମାନଚିତ୍ର ରେ କୋଣାର୍କ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର ପୂର୍ବକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ।
Comments are closed.