Odisha news

ବେଳାମାର୍ଗ ଜମି ଜବରଦଖଲ ଘଟଣା : ପ୍ରଶାସନର ଉଛେଦ ର ଗୋଟିଏ ଦିନ ପୂର୍ବରୁ ଛାନିଆ ଜମି ଜବରଦଖଲକାରୀ,ଉଛେଦ ପୂର୍ବରୁ ଲୋକ ଲଗାଇ ଖୋଲିନେଲେ ତାର ବାଡ଼

କୋଣାର୍କ:୫/୮ କୋଣାର୍କ ପୁରୀ ମେରାଇନ ଡ୍ରାଇଭ ମୁଖ୍ୟ ରାସ୍ତା ରାମଚଣ୍ଡୀ ନଦୀ କୁ ଲାଗି  ନିକଟରେ ଥିବା ୨୩୦ ଏକର ସରକାରୀ ଜମି କୁ କିଛି ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ତାର ବାଡ଼ ବୁଲାଇଥିବା ଘଟଣା ଦୈନିକ ଓଡ଼ିଆ ସମ୍ବାଦ ପତ୍ର ” ସର୍ବସାଧାରଣ ଖବର କାଗଜ ” ରେ ବାରମ୍ବାର ବିସ୍ତୃତ ଭାବେ ପ୍ରକାଶ ପରେ ପୁରୀ ଉପ ଜିଲ୍ଲାପାଳ ଭବାତରଣ ସାହୁ  ଏହା କୁ ଗୁରୁତର ସହିତ ନେଇ ଉକ୍ତ ଜମି ଗୁଡିକୁ ୬ ତାରିଖ  ଦିନ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ର ଉପସ୍ଥିତ ରେ ଜବରଦସ୍ତ ଉଛେଦିକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।ମାତ୍ର ଜବରଦଖଲକାରୀ ଙ୍କ ଜମି ଉଚ୍ଛେଦ ହେବା କଥା ଗଣମାଧ୍ୟମ ରୁ ଜାଣିବାପରେ ଓ ରାଜସ୍ବବିଭାଗ  ପକ୍ଷରୁ ଉଛେଦ ନୋଟିସି ପାଇ ଭୟ ରେ ଛାନିଆ ହୋଇଯାଇଥିଲେ ଜମି ଜବରଦଖଲକାରୀ।

ସୋମବାର ଏହି ସମସ୍ତ ଜମି ଗୁଡିକରୁ ତାର ବାଡ଼ ଖୋଲାଯାଇ ଉଛେଦ ହେବାକୁ ଥିବା ବେଳେ ତରବରିଆ ଭାବେ ମୁଷ୍ଟିମେୟ ବ୍ୟକ୍ତିମାନେ ଉକ୍ତ ଜମି ଉପରୁ ଜବରଦଖଲ ହଟାଇ ନିଜ ଲୋକ ଲଗାଇ ନିଜେ ନିଜ ଆଡୁ ତାର ବାଡ଼ ଖୋଲି ନେଉଥିବା ଦେଖା ଯାଇଥିଲା ।ତେବେ ଏଠି ତାର ବାଡ଼ ଖୋଲୁଥିବା ବ୍ୟକ୍ତି ଙ୍କୁ କଣ ପାଇଁ ଏହା ଖୋଲାଯାଉଛି ପଚାରିବାରୁ ମାଲିକ ଯାହା କହୁଛି ଆମେ ତାଙ୍କ ନିର୍ଦେଶ ମତେ ତାହା କରୁଛୁ ବୋଲି ପ୍ରତିକ୍ରିୟା କହିଥିଲେ।ତେବେ ଏଠି ସୂଚନା ଥାଉକି ପୁରୀ କୋଣାର୍କ-ବେଳାମାର୍ଗ ରାମଚଣ୍ଡୀ ପାର୍ଶ୍ୱରେ ଥିବା ସରକାରୀ ଜମି ସାବକ ଖାତା ନମ୍ବର-୧୦୦ , ପ୍ଲଟ ନମ୍ବର- ୯୧୬ ମୌଜ଼ା-ଖାଲାକଟାପାଟଣା ର ସମୁଦାୟ ୨୩୦ ଏକର କିସମ-ବଗାୟତ ପତିତ ବାଲିଚର ୧୯୨୭/୨୮ ମସିହାରେ ସରକାରୀ ବନ୍ଦୋବସ୍ଥ ରେ ଏହି ୨୩୦ ଏକର ଜମିଟି ସମ୍ପୁର୍ଣ ଭାବେ ସରକାରୀ ଖାତାକୁ ଯାଇଥିଲାବେଳେ,କିଛି ମୁଷ୍ଟିମେୟ ବ୍ୟକ୍ତି ଏହାକୁ  ଚଂଚକତା ପୁର୍ବକ ଜବରଦଖଲ କରିଥିଲା ବେଳେ ୨୦୧୪ ରେ ରାଜ୍ୟ ଶାସନସଚିବ ଙ୍କ ନିର୍ଦେଶ କ୍ରମେ ସେମାନଙ୍କୁ ବେଦଖଲ କରାଯାଇ ସରକାରୀ ମୁଲ୍ୟବାନ ଜମି ଗୁଡିକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଉଦ୍ଧାର କରାଯାଇଥିଲା ।

ମାତ୍ର ପ୍ରଶାସନ ର ଢିଲା ପଣ ଓ ସ୍ଥାନୀୟ ରାଜସ୍ୱ ଅଧିକାରୀ ନୀରବତା କୁ ନେଇ ପୁନଃ ଏହି ଜମି ଗୁଡିକୁ ଜୈନିକ ବ୍ୟକ୍ତି ମାନେ ଜବର ଦଖଲ କରିବା କୁ ନେଇ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ଉଛେଦ ହେବା କୁ ନେଇ ନୋଟିସି ଜାରି ହେବା ପରେ ଭୟରେ ଏବେ ସେହି ଜାଗା ଉପରୁ କେତେକ ବ୍ୟକ୍ତି ମାନେ ନିଜ ଆଡୁ  ଅକ୍ତିଆର କରି ଥିବା ଜମି ଗୁଡି କୁ ଜବର ଦଖଲ ହଟାଇ  ଖାଲି କରୁଥିବା ଦେଖା ଯାଇଛି ।

Comments are closed.