କୋଣାର୍କ୨୯/୭:- କୋଣାର୍କ ରେ ଏକ ଆସାମୀ ଫେରାର ହେବା ଚାଞ୍ଚଲ୍ୟକର ଘଟଣା କୁ ନେଇ ପୋଲିସି ର ଚିନ୍ତା ବଢାଇଦେଇଛି । ଅଧ ରାତିରେ କୋଭିଡ କେୟାର ସେଣ୍ଟର ର କାଚ ଝରକା ଭାଙ୍ଗି ଚମ୍ପଟ ମାରିଲା କରନା ପଜଟିଭି ଥିବା ଏକ ଅଭିଯୁକ୍ତ ଆସାମୀ । ଖବର ନେବାରେ ଜଣାପଡେ ଗତ ୨୨ ତାରିଖ ଦିନ ବିଳମ୍ବିତ ରାତିରେ ନିମାପଡା ଥାନା ଚାରିଛକ ଫାଣ୍ଡି ଅନ୍ତର୍ଗତ ତୁଳସୀ ପୁର, ଗଣେଶ ବଜାର ର ଏକ ତେଜରାତି ଦୋକାନ ରୁ ତାଲା କାଟି ଚୋରି ଉଦ୍ୟମ କରୁଥିବା ସ୍ଥାନୀୟ ଆଟିକଫୁଟି ଗ୍ରାମ ର ମାନସ ମହାପାତ୍ର(୨୨) ଙ୍କୁ ସ୍ଥାନୀୟ ଲୋକେ କାବୁ କରି ଧରିଥିଲେ। ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରି ଆଣିବା ସହ କୋର୍ଟ ଚାଲାଣ ପାଇଁ ମେଡିକାଲ ଟେଷ୍ଟ କରାଇବା ରୁ ସେ କୋଭିଡ ପଜଟିଭ ଚିହ୍ନଟ ହୋଇଥିଲା।
ଯେଉଁଥି ପାଇଁ ତାକୁ କୋଣାର୍କ କୋଭିଡ କେୟାର ସେଣ୍ଟର କୁ ଆଣି ପ୍ରଥମ ମହଲା ର ଏକ ସ୍ୱତନ୍ତ୍ର ଗୃହ ରେ ରଖାଯାଇଥିଲା।ମାତ୍ର କଡା ସୁରକ୍ଷା ବ୍ୟବସ୍ଥା କୁ ଖୋଲା ଖୋଲି ଚ୍ୟାଲେଞ୍ଜ କରି ପୋଲିସ ଓ ସୁରକ୍ଷା କର୍ମୀ ଙ୍କ ଉପସ୍ଥିତ ରେ ୨୮ ତାରିଖ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ର ଫାଇଦା ଉଠାଇ ଉକ୍ତ ଆସାମୀ ମେଡ଼ିକାଲ ର ଘର ର ପଛ କାଚ ଝରକା ଭାଙ୍ଗି ଫେରାର ହୋଇଯାଇଛି।ଯାହାକୁ ନେଇ କୋଣାର୍କ ରେ ଚର୍ଚ୍ଚା ଜୋର ଧରିଛି। କୋଭିଡ଼ କେୟାର ସେଣ୍ଟର ରେ ମୁଖ୍ୟ ଫାଟକ ନିକଟରେ ନିମାପଡା ପୋଲିସି ଜଣେ ପୋଲିସି କର୍ମୀ ଙ୍କ ସହିତ କୋଣାର୍କ ଥାନା ର ଜଣେ ହୋମଗାର୍ଡ କଡା ପ୍ରହରା ସତ୍ତ୍ୱେ ଭୋର ରୁ ଆସାମୀ ପୋଲିସି କୁ ଚକମା ଦେଇ କୋଭିଡ଼ିକ୍ୟାର ସେଣ୍ଟର ର ପଛ ପଟ ଦେଇ ଚମ୍ପଟ ମାରିଥିବା ଘଟଣା ରୁ ଜଣାପଡିଛି । ଜଣେ ଆସାମୀ କିଭଳି ଫେରାର ହେଲା ତାହା ଏବେ ନିମାପଡା ପୋଲିସି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ନିମାପଡା ପୋଲିସି ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢାଉ କରି ବହୁ ଖୋଜାଖୋଜି କରିବା ସତ୍ୱେ ଖବର ଲେଖା ହେବାପର୍ଯ୍ୟନ୍ତ ଆସାମୀ ଧରା ପଡି ନଥିବା ଜଣାପଡିଛି ।
Comments are closed.