କୋଣାର୍କ : ବିଶ୍ଵପର୍ଯ୍ୟଟନ ସ୍ଥଳୀ ର ଅନ୍ୟତମ ଆକର୍ଷଣ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସହିତ ଜଡିତ ବହୁ ପୁରାତନ ପ୍ରସିଦ୍ଧ ପୀଠ ମା ଭଗବତୀ। ଯେଉଁ ପୀଠରେ ଶିବେଇ ସାଆନ୍ତ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ର ଶୈଳୀ ଓ ଏହାର ଭିତ୍ତିଭୂମି ର ମୂଳଦୁଆ ପାଇଥିଲେ । ସେହି ପୀଠ କୁ ଆଗରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟୁଥିଲା ତାହା ଆଜି ଅବହେଳିତ ଅବସ୍ଥାରେ ଅଛି। ମନ୍ଦିର ଜମି କୁ କିଛି ଲୋକ ଅକ୍ତିଆର କରି ବାସ ଗୃହ ନିର୍ମାଣ କରିବା ସହିତ, ମାଙ୍କ ଜମିରୁ ଟ୍ରିପି ଟ୍ରିପି ବାଲି ଓ ଆକାଶୀ ଝାଉଁ ପରି କାଠ ଚୋରା ଚାଲାଣ ହେବା ସହ ଜବର ଦଖଲକାରୀ ଙ୍କ ଦୃଷ୍ଟି ପଡିଛି ମା ଙ୍କ ସମ୍ପତ୍ତି ଉପରେ। ନା ଅଛି ଲାଇଟ୍ ର ସୁବିଧା ନା ପିଇବା ପାଣି ନା ପର୍ଯ୍ୟଟକ ଙ୍କ ପାଇଁ ଶୌଚାଳୟ। ଏଠାକୁ ଏହି ପର୍ଯ୍ୟଟନ ରୂତୁ ସମୟରେ ପ୍ରତିଦିନ ବଣ ଭୋଜି କରିବାକୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ସହ ସ୍ଥାନୀୟ ଆଖପାଖର ଲୋକ ଆସୁଥିଲେବି ।ସ୍ଥାନୀୟ ଏନଏସି କି ପର୍ଯ୍ୟଟନ ବିଭାଗ ଦ୍ଵାରା ସେଭଳି କିଛି ଆଖିଦୃଶିଆ ସୁବିଧା କରାଯାଇନି ।
ଯାହା ଦ୍ୱାରା ପର୍ଯ୍ୟଟକ ମାନ ଙ୍କ ମଧ୍ୟରେ ପ୍ରଶାସନ ପ୍ରତି ଅସନ୍ତୋଷ ସୃଷ୍ଟି ହେଉଛି ।ବହୁ ପୁରାତନ ପୋଖରୀ ଟି ଏବେ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ଥିବା ଏହି ଦେବୀ ପୀଠ କୁ ରାଜ୍ୟର ଅନ୍ୟ ପୀଠ ପରି ଏହା ଉପରେ ଯଦି ସ୍ୱତନ୍ତ୍ର ଦୁଷ୍ଟି ଦିଆ ଯାଆନ୍ତା ତେବେ ଏଠାକୁ ପ୍ରତିଦିନ ପର୍ଯ୍ୟଟକ ଙ୍କ ସମାଗମ ହୁଆନ୍ତା ବୋଲି ଅଞ୍ଚଳର ବୁଦ୍ଧି ଯିବି ମାନେ ମତ ଦେଇଛନ୍ତି ।ତେଣୁ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ ଏ ଭଳି ଏକ ପୀଠ ସ୍ଥଳୀ ର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆଣିବା ପାଇଁ ଅଂଚଳ ର ସଚେତନ ନାଗରିକ ମାନେ ନିବେଦନ କରିଛନ୍ତି।