କୋଣାର୍କ : ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ବେଳା ଭୂମିକୁ ସ୍ୱଚ୍ଛ ଓ ସୁନ୍ଦର କରିବାପାଇଁ ଗୋପ ବ୍ଲକ ବୀରତୁଙ୍ଗ ପଂଚାୟତର ସ୍ବେଛାସେବୀ ସଂଗଠନ “ସମ୍ପର୍କ ପରିବାର” ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ସୋମବାର ସକାଳୁ ହୋଇଯାଇଛି । ସଂଗଠନର ଆବାହକ ସବୁଜପ୍ରେମୀ ବିଚିତ୍ର ମହାପାତ୍ରଙ୍କ ଉଦ୍ୟମରେ ସଦସ୍ୟମାନେ ଏକତ୍ରିତ ହୋଇ ବେଳାଭୂମି ରେ ପଡିଥିବା ଜରି, ପ୍ଲାଷ୍ଟିକ ବୋତଲ, ଓ ଅନ୍ୟାନ୍ୟ ଆବର୍ଜନାକୁ ସଫାକରିଥିଲେ। ଆଗକୁ ଅଲିଭି ରିଡର କଇଁଛଙ୍କ ଙ୍କ ଅଣ୍ଡା ଦେବା ରୃତୁ ଆରମ୍ଭ ହେଉଥିବାରୁ ଚନ୍ଦ୍ରଭାଗା ଵେଳାଭୂମି ଠାରୁ ପ୍ରାୟ ୫କିମି ପର୍ଯ୍ୟନ୍ତ ବେଳା ଭୂମି କୁ ସଫେଇ କରିବା ନିହାତି ଆବଶ୍ୟକ ହେଉଥିବା ସମ୍ପକ ପରିବାର ର ସଦସ୍ୟ ମାନେ ଅନୁଭବ କରି ବେଳାଭୂମି କୁ ସ୍ଵଛ ରଖିବା ପାଇଁ ଏଭିଜଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହି ସଫେଇ କାର୍ଯ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି, ଶିକ୍ଷକ ତଥା ସମାଜସେବୀ ରାମକୃଷ୍ଣ ମହାନ୍ତି ଯୋଗ ଦେଇ ସମ୍ପର୍କ ପରିବାରର ଏଭଳି କାର୍ଯ୍ୟ ପନ୍ଥା କୁ ଭୁରିୟଶି ପ୍ରଶଂସା କରିଥିଲେ।ଧନେଶ୍ୱର ଦାସ,ଅମରନାଥ ନାୟକ,ରଜନୀକାନ୍ତ ପଣ୍ଡା, ନୃସିଂହ ବେହେରା, ଦୀପ୍ତିରଞ୍ଜନ ଗୋଛାୟତ ,ମନୋରଞ୍ଜନ ମହାନ୍ତି ପ୍ରମୁଖ୍ୟ ଏହିକାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।