Odisha news

ସର୍ବଭାରତୀୟ ନିଟ ପ୍ରବେଶିକା ପରୀକ୍ଷା ରେ ୬୫୬ ମାର୍କ ରଖି କୋଣାର୍କ ଅଞ୍ଚଳ ର ଗୌରବ ଆଣିଲେ ଆଦ୍ୟାଶା

0

କୋଣାର୍କ (Sangram Keshari Mohapatra: , ମେଡିକାଲ ପ୍ରବେଶିକା  ସର୍ବଭାରତୀୟ ସ୍ତରରେ ନିଟ ରେ ୬୫୬ ମାର୍କ ରଖି କୋଣାର୍କ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଆଦ୍ୟାଶା ପରିଡା (ଦିଶା)କୋଣାର୍କ ଥାନା ନିକଟସ୍ଥ ଅନସରା ଗ୍ରାମର ପିତା ଅକ୍ଷୟ କୁମାର ପରିଡା ଓ ମାତା ରଶ୍ମିମୟୀ ପରିଡା ଙ୍କ ସୁଯୋଗ୍ୟା କନ୍ୟା  ହେଉଛନ୍ତି ଆଦ୍ୟାଶା  ।ତାଙ୍କର  ଏହି ସଫଳତା  କୋଣାର୍କ ପାଇଁ  ଗୌରବ ଆଣିଦେଇଛି।ନିଟ ପରୀକ୍ଷା ରେ ସମୁଦାୟ ୭୨୦ ନମ୍ବର ରୁ ୬୫୬ ମାର୍କ ରଖି ଶତକଡ଼ା ୯୯.୭୮% ରେ ସର୍ବଭାରତୀୟ ସ୍ତରରେ ସେ ୨୭୫୯ ସ୍ଥାନରେ ରହି  କୁତ୍ରୀତ୍ବ ଅର୍ଜ୍ଜନ କରିଛନ୍ତି।ଉଚ୍ଚ ଅଭିଳାଷ ରଖି ପ୍ରଥମ ରୁ ପାଠ ପଢି ଆସୁଥିବା ଆଦ୍ୟାଶା ଙ୍କ  ଜେଜେ ବୈଂଶିଧର ଦଳାଇ ଙ୍କର ସ୍ଵପ୍ନ ଏବେ ଶାକାର ହୋଇଥିବା ସେ ଭାବିହ୍ଵଳ ରେ ପ୍ରକାଶ କରନ୍ତି। ଦ୍ଵାଦଶ ଶ୍ରେଣୀ ରେ ପଢ଼ୁଥିବା ସମୟରେ ଆଦ୍ୟାଶା ପୁରୀ ମଦର୍ଶ ପବ୍ଲିକ ସ୍କୁଲ ରୁ ୯୪.୨% ରଖି ଆଗରୁ ଖ୍ୟାତି ଅର୍ଜ୍ଜନ କରିସାରିଛନ୍ତି।ନିଜର କଠିନ ପରିଶ୍ରମ ଓ ଗୁରୁଜନ ମାନଙ୍କ ଆଶୀର୍ବାଦ ସହ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ରୁ ସେ ଆଜି ସଫଳତା ର ଶିଖର ରେ ପହଞ୍ଚିଥିବା କୁହନ୍ତି ଛାତ୍ରୀ ଆଦ୍ୟାଶା ।

Leave A Reply