Odisha news

କୋଣାର୍କ ବିଦେଶୀ ମଦ ଦୋକାନରୁ ସଟର ତାଡିବା ଘଟଣାରେ ୩ଗିରଫ

0
କୋଣାର୍କ :  ଗୁରୁବାର ବିଳମ୍ବିତ ରାତ୍ରି୨.୩୦ରେ କୋଣାର୍କ-କାକଟପୁର ରାସ୍ତା ପର୍ଶ୍ୱରେଥିବା ସରକାରୀ ବିଦେଶୀ ମଦ ଦୋକାନର ସଟର ତାଡି ଚୋରି କରିବାପାଇଁ  ଭିତରକୁ ପ୍ରଵେଶ କରିବାକୁ ଉଦ୍ୟମ କରୁଥିବା    ବେଳେ ଶବ୍ଦ ଶୁଣି ଦୋକାନ ପାର୍ଶ୍ୱ ରେ ଥିବା ଘରର ଲୋକମାନେଵାହରକୁ  ଆଶି   ଦେଖନ୍ତି ମଦ ଦୋକାନର ସଟର ୨ଜଣ ଦୃବୁତ୍ତ  ତାଡୁଛନ୍ତି ।
ଏହା ଦେଖି ସେମାନେ  ବଡ଼ ପାଟିରେ ଚୋର ଚୋର ବୋଲି ପାଟିକଲାରୁ ୨ଜଣ ଦୁର୍ବୁତ୍ତ ସେଠାରୁ ନିକଟସ୍ଥ  କାଜୁ ଜଙ୍ଗଲ କୁ ଦୋୖଡି ପଳାଇ ଥିଲେ। ସଙ୍ଗେସଙ୍ଗେ ଦୋକାନର ମ୍ୟାନେଜର ବସନ୍ତ ଦଳାଇଙ୍କୁ  ଉକ୍ତ ଘରର ଲୋକ ଖବର ଦେଇଥିଲେ ସେ ମଦ ଦୋକାନ ପାଖରେ ପହଂଚି ଦେଖନ୍ତି ଦୋକାନର ସଟର ଅଧା ତଡା ଯାଇଛି ଏବଂ ସେଠାରେ ଏକ ମୋବାଇଲି ଫୋନ ,୨ହଳ ଚପଲ ଓ ଏକ ଗାମୁଛାସହ ସଟର ତାଡିବା ପାଇଁ ବ୍ୟବହୃତ ଲୁହା ଶାବଳ ପଡ଼ିଛି ସେ ମଦଦୋକାନର ମାଲିକ ଦେବାଶିଷ ମହାନ୍ତିଙ୍କୁ ଏବିଷୟରେ ଅବଗତ କଲାପରେ ତାଙ୍କ ନିର୍ଦେଶରେ କୋଣାର୍କ ଥାନାରେ ଲିଖିତ ଆକାରରେ ଜଣାଇଥିଲେ ।ତାଙ୍କ ଏତଲା କୁ ଥାନାଧିକାରୀ ଗ୍ରହଣ କରି ଦୋକାନ ପାଖରେ ପଡିଥିବାଜିନିଷ ସବୁ ଜବତ କରି ମୋବାଇଲି ଫୋନକୁ ଆଧାର କରି ୩ ଜଣ ଚୋର ଧରିବାରେ ସକ୍ଷମ ହୋଇଛନ୍ତି।
ସେମାନେ ହେଲେ ସାଗର କାଣ୍ଡି (ରାଉଳପାଟଣା ବାଲିସାହି),ରଂଜନ କାଣ୍ଡି ( ମୂସାପଦା) ଓ ଧନୀତ୍ରୀ ର ଆଲୋକ ସାହୁ ଏମାନେ ସମସ୍ତେ ଜଣେ ଜଣେ ପେଷାଦାର ଚୋର ବୋଲି ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି ଏବଂ ଆଲୋକ ସାହୁ ନାମରେ  ବିଭିନ୍ନ ଥାନାରେ ପ୍ରାୟ ୧୭ରୁ୧୮ଟି ମାମଲା ଅଛି ବୋଲି ପୋଲିସ କହିଛି।୩ଜଣ ଦୃବୁତ୍ତ ଙ୍କୁ କୋଣାର୍କ ପୋଲିସ  ଅଟକ ରଖି ଅଧିକ ତଥ୍ୟ ପାଇଁ  ପଚାରାଉଚାର କରାଯାଉଥିବା ଥାନାଅଧିକାରୀ ରଂଜନ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି ଏବଂ ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।
Leave A Reply