ସାଲେପୁର : ଆଜି ସାଲେପୁର ବିଧାୟକଙ୍କ ପକ୍ଷରୁ ସାଲେପୁର ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମଧୁବଜାର ପାଗାରେ ଉଜ୍ଜ୍ୱଳ ଆଲୋକୀକରଣକୁ ଶୁଭ ଉଦ୍ଘାଟନ କରିଥିବାବେଳେ ବିବେକାନନ୍ଦ ବିଦ୍ୟାପୀଠ ବହୁଗ୍ରାମ ଠାରେ ମଧୁବାବୁ ପେନ୍ସନ୍ ଯୋଜନା, ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀମାନଙ୍କୁ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଲେପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ଜେନା, ଆତ୍ମାର ସଭାପତି ଦିଲ୍ଲୀପ ଦାଶ, ସାଲେପୁର ବ୍ଲକ୍ ଯୁବ ବିଜେଡି ସଭାପତି ସଂଜିତ୍ ଦାଶ, ସାଧାରଣ ସଂପାଦକ ତଥା ସମାଜସେବୀ ବିଶ୍ୱଜିତ୍ ଚାଟାର୍ଜୀ, ବହୁଗ୍ରାମ ସରପଞ୍ଚ ମିଲିରାଣୀ ବୋଷ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଦିନ ପ୍ରାୟ ୧୨ଟା ସମୟରେ ବିଧାୟକ ଶ୍ରୀ ବେହେରା କଟରପା ପଞ୍ଚାୟତର ଜପକୁଦ ଠାରେ ପ୍ରତିଷ୍ଠିତ ଜପକୁଦ ମହିଳା ମହାବିଦ୍ୟାଳୟର ନୂତନ ଗୃହର ଶୁଭ ଶିଳାନ୍ୟାସ, ଏହି ଅବସରରେ ବିଧାୟକ ଶ୍ରୀ ବେହେରା, କଟରପା, ରାମକୃଷ୍ଣପୁର, ଓଡ଼ାସିଂହ, ଭୀମଦାସପୁର, ସିଢ଼ୋ, ମାଳ, ନରଦା ପଞ୍ଚାୟତର ଶତାଧିକ ହିତାଧିକାରୀଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜଶ୍ରୀ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, କଟରପା ସରପଞ୍ଚ ତିଳୋତ୍ତମା ପତି, ସମିତିସଭ୍ୟା ବିଷ୍ଣୁପ୍ରିୟା ବେହେରା, ସାଲେପୁର ବ୍ଲକ୍ ବିଜେଡି କାର୍ଯ୍ୟକାରୀ ସଭାପତି ନାରାୟଣ ପତି, ସାଲେପୁର ବ୍ଲକ୍ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।
