Odisha news

କୋଣାର୍କ ର ଏକ ହୋଲସେଲେ ରାସନ ଦୋକାନରେ ୨ଜଣ କରୋନା ସଂକ୍ରମିତ ଚିନ୍ନଟ, ଦୋକାନକୁ ସିଲ କଲା ପ୍ରଶାଶନ

0

କୋଣାର୍କ : କରୋନ‌ା ପାଇଁ  ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସରୁ ଅଦ୍ୟାବଧି ଘୋଷିତ ଚାରୋଟି ଲକଡ଼ାଉନ ପର୍ଯ୍ୟାୟ ମଧ୍ୟରୁ ତିନୋଟି ଲକଡ଼ାଉନ ପର୍ଯ୍ୟାୟରେ କୋଣାର୍କ ଏନଏସିରେ କରୋନା ପ୍ରବେଶ କରିପାରିନଥିଲା  ଯେଉଁଥି ପାଇଁ ପୁରୀଜିଲ୍ଲାପାଳ ଶ୍ରୀ ବଲ୍ଲବନ୍ତ ସିଂ କୋଣାର୍କ ଏନ ଏ ସି ର କୋଭିଡ଼ି ପରିଚାଳନାକୁ ବେଶ ପ୍ରଶଂସା କରିଥିଲେ।ମାତ୍ର ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ କରୋନା କଟକଣାରେ କିଛିଟା କୋହଳ ହେବା ପରେ ଏବେ କୋଣାର୍କ ଏନଏସିରେ କରୋନା ପ୍ରବେଶ କରିଥିବାର ଜଣାପଡିଛି।

କୋଣାର୍କ ବଜାର ଉପରେ ଥିବା ଏକ ନିର୍ଦିଷ୍ଟ (ମହାଲଷ୍ମୀ)ହୋଲସେଲ ରାସନ ଦୋକାନରୁ ୨ଜଣ କରୋନା ପଜେଟିଭି ଚିନ୍ନଟ ହୋଇଛନ୍ତି ଏବଂ ୨୫ଜଣ ବେକ୍ତି ଯେକି ଉକ୍ତ ଦୋକାନରେ କାମକରୁଥିଲେ ସମସ୍ତେ ଜ୍ଜ୍ଵର,କାଶ ଓ ଥଣ୍ଡାରେ ପୀଡିତ ଥିବା ଜଣାପଡିଛି ଏହି ୨୫ଜଣଙ୍କୁ ହୋମ  କ୍ୟୁରେଣ୍ଟଇନିରେ ସ୍ଥାନିୟ ପ୍ରଶାସନ ରଖିବାପାଇଁ ନିଦ୍ଧେଶ ଦେଇଛି। ଏମାନଙ୍କର ରକ୍ତ ର ସ୍ୱାବ ପରୀକ୍ଷା ଶୁକ୍ରବାର ଦିନ ହେବ ବୋଲି ଏନ ଏ ସି ର ନୋଡାଲ ଅଫିସର ତଥା କୋଭିଡ଼ି ପରିଚାଳନା ଦାଇତ୍ୱ ରେ ଥିବା ଭାଗିରଥି ବରାଳ ପ୍ରକାଶ କରିଛନ୍ତି ।

ଉକ୍ତ ହୋଲ ସେଲ ଦୋକାନକୁ ପ୍ରଶାଶନ ବ୍ୟାରିକେଟ କରି ସିଲି କରି ଉକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି।ଉକ୍ତ ଦୋକାନରୁ କରୋନା ପଯେଟିଭି ବହାରିଥିବାରୁ କୋଣାର୍କ ଅଂଛଳରେ ଭୟର ବାତାବରଣ ଦେଖାଦେଇଛି।କାରଣ ଏହି ଦୋକାନରୁ ଅଂଛଳର ବିଭିନ୍ନ ଜାଗାକୁ ରାସନ ସାମଗ୍ରୀ ଯୋଗାଇଦିଆଯାଏ ଏବଂପ୍ରତି ଦିନ ଏହି ଦୋକାନରେ ଶହ ଶହ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୁଏ ସେମାନେ ଗହଳି ରେ ଦୋକାନରୁ ସାମଗ୍ରୀ କିଣିଥାନ୍ତି ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ କୋଣାର୍କ ଏନଏସି ପକ୍ଷରୁ ଥରୁଟିଏ ମଧ୍ୟ ଡ଼ାକବାଜିଯନ୍ତ୍ରରେ ପ୍ରଚାର ପ୍ରସାର କି ସଚେତନତା କରାଯାଇନଥିବାର ଜଣାଯାଏ ।

ଜିଲ୍ଲା ପ୍ରଶାସନ କୋଭିଡ଼ ପରିଚାଳନାର ସମସ୍ତ ଦାୟିତ୍ବ କୋଣାର୍କ ଏନଏସି  ଉପରେ ନ୍ୟସ୍ତ କରିଥିବା ସମୟରେ ଏନଏସି କର୍ତ୍ତୁପକ୍ଷ କଣ ପାଇଁ ୪ଥ ପର୍ଯ୍ୟାୟର କରୋନା କଟକଣାକୁ ଏତେ ସହଜେ ଭାବେ ଗ୍ରହଣ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୋଣାର୍କ ଏନଏସିରେ ଆଗାମୀ ଦିନରେ ଏକାଧିକ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି।ଯାହା ଅଂଚଳ ପାଇଁ ଏକ ଭୟାନକ ପରି ସ୍ଥିତି ଦେଖାଯିବବୋଲି ସାଧାରଣରେ ଆଲୋଚନା ଜୋର ଧରିବାରେ ଲାଗିଛି।

Nalco
Leave A Reply