Odisha news

ଭାରତର ଗୋଟିଏ ମାତ୍ର ସହର ଯେଉଁଠି ରହିଛି ୨୫ ଟି ବିଶ୍ୱବିଦ୍ୟାଳୟ , କୁହାଯାଏ ଜ୍ଞାନର ମନ୍ଦିର

0

ଭାରତର ପ୍ରତ୍ୟେକ ରାଜ୍ୟରେ ବିଶ୍ୱ ବିଦ୍ୟାଳୟ ରହିଛି ସତ କିନ୍ତୁ ଏଭଳି ଗୋଟିଏ ସହର ଭାରତରେ ରହିଛି ଯାହାକୁ ଜ୍ଞାନର ନଗରୀ ବୋଲି କୁହାଯାଇଥାଏ l ଏବଂ ସେଠାରେ ରହିଛି ୨୫ ଟି ବିଶ୍ୱବିଦ୍ୟାଳୟ l  ଏହି କାରଣରୁ ଜ୍ଞାନର ନଗରୀ ଭାବରେ ବିଦ୍ୟମାନ ହୋଇଛି l ଏହି ସହରଟିର ନାମ ହେଉଛି କଲିକତା, ଯାହାକି ପଶ୍ଚିମବଙ୍ଗ ର ରାଜଧାନୀ ଅଟେ, ଏବଂ ମିଡ଼ିଆ ରିପୋର୍ଟ ଅନୁସାରେ କଲିକତା ରେ ଥିବା ଏହି ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୭ ଟି ସରକାରୀ ବିଶ୍ୱବିଦ୍ୟାଳୟ ଅଟେ ଏବଂ ୮ଟି ଘରୋଇ ବିଶ୍ୱବିଦ୍ୟାଳୟ ଅଟେ l ଏହା ଭାରତର ଦ୍ଵିତୀୟ ବଡ଼ ସହର ଅଟେ, ଯାହାକି ସିଟି ଅଫ ଜୟ ବୋଲି ମଧ୍ୟ କୁହାଯାଇଥାଏ l

ଏଠାକାର ପ୍ରମୁଖ ବିଶ୍ୱବିଦ୍ୟାଳୟ ହେଉଛି ଯାଦବପୁର ୟୁନିଭର୍ସିଟି , କୋଲକାତା ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଷ୍ଟେଟିଷ୍ଟିକଲ ଇନ୍ଷ୍ଟିଚିୟୁତ ଓ ୱେଷ୍ଟ ବେଙ୍ଗଲ ୟୁନିଭର୍ସିଟି ଅଫ ହେଲ୍ଥ ସାଇନ୍ସ, NIPER କୋଲକତା, ବେସ୍ତ ବେଙ୍ଗଲ ୟୁନିଭର୍ସିଟି ଅଫ ଏନିମାଲ ଏଣ୍ଡ ଫୀସନାରୀ l ଏହାଛଡା ମୌଲାନା ଅବଦୁଲ କଲାମ ଆଜାଦ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି, ନେସନାଲ ୟୁନିଭର୍ସିଟି ଅଫ ଜୁଡ଼ିସିଆଲ ସାଇନ୍ସ, ରବୀନ୍ଦ୍ର ଭାରତୀ ୟୁନିଭର୍ସିଟି , ଇଣ୍ଡିଆନ ଇନ୍ଷ୍ଟିଚିୟୁତ ଅଫ ଫରେନ ଟ୍ରେଡ଼ ଏବଂ ୟୁନିଭର୍ସିଟି ଅଫ ଟିଚର୍ସ ମଧ୍ୟ ପ୍ରମୁଖ ଅଟେ l

Leave A Reply