Odisha news

କୋଲାବ ନଗର ବାହୁଡା ଯାତ୍ରାରେ ଅଘଟଣ : ରଥ ଟାଣିବା ସମୟରେ ବିଦ୍ୟୁତ ତାର ଲାଗି ଯୁବକର ମୃତ୍ୟୁ, ଜଣେ ଗୁରୁତର

0

କୋଲାବନଗର ୨୮ା୬ କୋରାପୁଟ ଜିଲା କୋଲାବ ନଗରରେ ବାହୁଡା ଯାତ୍ରା ରେ ଘଟିଲା ଆଘଟଣ । ରଥକୁ ଟାଣୁ ଥିବା ବେଳେ ରଥର ଧ୍ୱଜା ବିଦ୍ୟୁତ ତାରରେ ଲାଗିଥିଲା । ଫଳରେ ରଥର ବ୍ରେକ ଦାୟିତ୍ୱରେ ଥିବା କୋଲାବନଗର ଯୁବକ ବାବୁଲା ନାୟକ (୨୬) ଗୁରୁତର ହୋଇପଡିଥିଲେ । ତାଙ୍କୁ କୋରାପୁଟ ଶହିଦ ଲକ୍ଷ୍‌ଣ ନାୟକ ମେଡିକାଲ କଲେଜ କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବିଦ୍ୟୁତ ସକ ରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତ । ଗୁରୁତର ଯୁବକ ଜଣକ ହେଲେ କ୍ରୀଷ୍ଣା ରାଓ । ସୁଚନା ଅନୁଯାଇ ଚଳିତ ବର୍ଷ ନୁତନ ରଥ ନିର୍ମାଣ କରାଯାଇଛି । ରଥ ଯାତ୍ରା ଓ ବାହୁଡା ସମୟରେ ରାସ୍ତା ଯାଇଥିବା ବିଦ୍ୟୁତ ତାଲକୁ ହଟାଇବା ସବ ବିଦ୍ୟୁତ ସରବରାହ ବନ୍ଦ କରିବାର ନିୟମ ରହିଛି । ତାହାକୁ ଉଲଂଘନ କରାଯାଇଛି । ପ୍ରଥା ଅନୁଯାଇ ଶ୍ରୀ ଜିଉଙ୍କୁ ରଥାରୁଢ କରାଯାଇ ରଥ ଟଣାଯାଇଥିଲା । ରଥର ବ୍ରେକ ଦାୟିତ୍ୱରେ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକ ରହିଥିଲେ । ରଥ ଟଣା ସମୟରେ ରଥର ଧ୍ୱଜ ରେ ବିଦ୍ୟୁତ ତାର ଲାଗିଥିଲା । ମୃତ ଯୁବକ ଜଣକ ଯୋତା ପିନ୍ଦି ନଥିଲେ । ଫଳରେ ସକ ଲାଗି ଗୁରୁତର ହୋଇଥିଲେ । ସୁରକ୍ଷା ପାଇ ଆସିଥିବା ପୋଲିସ କର୍ମଚାରି ମାନେ ତାଙ୍କୁ କୋରାପୁଟ ଚିକିତ୍ସାଳୟକ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply