ଏକାମ୍ର ପ୍ରକଳ୍ପରେ ରାଜନୀତି ନ କରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି
ପୁରୁଣା ଐତିହ୍ୟ ଓ କୀର୍ତିରାଜି ଆମର ଦୁଃମୂର୍ଲ୍ୟ ସମ୍ପଦ, ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର
ଭୂମିପୂଜନ ନାଁରେ ରାଜନୈତିକ ମଂଚ ତିଆରି କରି ଲୋକଙ୍କୁ ଭୂଆଁ ବୁଲାଇବାର ଯେଉଁ ପ୍ରହେଳିକା ତିଆରି କରାଯାଉଛି, ତାହାକୁ ଆମେ ନିନ୍ଦା କରୁଛୁ
କ୍ୟାବିନେଟ୍ ମନ୍ତ୍ରୀଙ୍କ ଆଗରେ ବ୍ୟକ୍ତିଗତ ସହାୟକ ଚାଲୁଛନ୍ତି । ବ୍ୟକ୍ତିଗତ ସହାୟକଙ୍କ ପଛରେ ଯାଉଛନ୍ତି କ୍ୟାବିନେଟ ମନ୍ତ୍ରୀ । ଏହା ହିଁ ହେଉଛି ଓଡ଼ିଶାର ଶାସନ ଅବସ୍ଥା
ଏଏସଆଇ ସହଯୋଗରେ ଆଇଆଇଟି ଗାନ୍ଧିନଗର ଦେଇଥିବା ତଥ୍ୟକୁ ଓଡ଼ିଶା ସରକାର ଦୁଇ ବର୍ଷ ହେଲା ଅଣଦେଖା କରିଛନ୍ତି
ଏଏସଆଇ ଅଧିନରେ ସଂରକ୍ଷିତ ଥିବା ଶୁକଶାରୀ ମନ୍ଦିର ରାଜ୍ୟ ସରକାରଙ୍କ ବୁଲଡୋଜର ବୁଲିବା ବେଳେ ପ୍ରାଚୀନ ଭଗ୍ନାବଶେଷ ସାମ୍ନାକୁ ଆସିଥିଲା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତକ୍ରାଳୀନ ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିବା ପରେ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ଭେରେ ମାଟି ତଳେ ପୋତି ହୋଇଥିବା ସଂରଚନା, ମନ୍ଦିର ଦେଖିବାକୁ ମିଳିଥିଲା
ଭୁବନେଶ୍ୱର, ତା.୨୮/୦୬: ପୁରୁଣା ଐତିହ୍ୟ ଓ କୀର୍ତିରାଜି ଆମର ଦୁଃମୂର୍ଲ୍ୟ ସମ୍ପଦ । ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର । ରାଜ୍ୟ ସରକାରଙ୍କୁ ଅନୁରୋଧ, ଏକାମ୍ର ପ୍ରକଳ୍ପରେ ରାଜନୀତି ନକରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଆମ ପ୍ରିୟ ଓଡ଼ିଶା ହେଉଛି ସଂସ୍କୃତି ତଥା ଆଧ୍ୟାତ୍ମିକ ଐତିହ୍ୟର ଭଣ୍ଡାର । ଭାରତର ସମୃଦ୍ଧ ଇତିହାସ ରୂପକ ମୁକୁଟର ଏକ ରନô । ଆମ ମାଟିରେ ଥିବା ଅନେକ ପବିତ୍ର ସ୍ଥାନଗୁଡ଼ିକ ମଧ୍ୟରେ, ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର ଏକ ବିଶେଷ ସ୍ଥାନ ବହନ କରେ । ଏକାମ୍ର ପ୍ରକଳ୍ପର ଭୂମିପୂଜନ ନାଁରେ ବିଶ୍ୱରେ ପରିଚିତ ଥିବା ୧୧୦୦ ବର୍ଷ ତଳର ପୁରୁଣା ଐତିହ୍ୟ, କୀର୍ତିରାଜି, ସଂସ୍କୃତି ଓ ପରମ୍ପରାକୁ ଅଣଦେଖା କରାନଯାଉ । ଦୀର୍ଘ ୨୩ ବର୍ଷ ଶାସନରେ ରହିବା ପରେ ଆଜି ସରକାରଙ୍କ ସୌନ୍ଦର୍ଯ୍ୟକରଣର କଥା ମନେପଡୁଛି । ସୌନ୍ଦର୍ଯ୍ୟକରଣକୁ ଆମର ବିରୋଧ ନାହିଁ କିନ୍ତୁ ପ୍ରାଚୀନ ଐତିହ୍ୟ, କୀର୍ତିରାଜିର ପୁନରୁଦ୍ଧାର ଏବଂ ପ୍ରନôତତ୍ୱର ଅନୁସନ୍ଧାନ କେମିତି ମିଳିବ, ସେଥିପାଇଁ ଆମେ ଚିନ୍ତିତ ।
ଭାରତୀୟ ପ୍ରତ୍ନତାତ୍ୱିକ ଓ ସର୍ବେକ୍ଷଣ ସଂସ୍ଥା(ଇଝଓ) ଅଧିନରେ ସଂରକ୍ଷିତ ଥିବା ଶୁକଶାରୀ ମନ୍ଦିର ରାଜ୍ୟ ସରକାରଙ୍କ ବୁଲଡୋଜର ବୁଲିବା ବେଳେ ପ୍ରାଚୀନ ଭଗ୍ନାବଶେଷ ତଥା ରାଜ୍ୟ ସରକାର ଅଣଦେଖା କରୁଥିବା ପୁରାତନ ସମୟର ଐତିହାସିକ କୀର୍ତିରାଜି ସାମ୍ନାକୁ ଆସିଥିଲା । ଏହା ଉପରେ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତକôାଳୀନ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ପ୍ରତିକ୍ରିୟା ସ୍ୱରୂପ ଏକ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ (ଜିପିଆର) ସର୍ଭେ ଆରମ୍ଭ କରାଯାଇଥିଲା । ଭାରତୀୟ ପ୍ରନôତାତ୍ୱିକ ସଂସ୍ଥା ଦ୍ୱାରା ଆଇଆଇଟି ଗାନ୍ଧିନଗରର ବୈଜ୍ଞାନିକମାନଙ୍କ ସହଯୋଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଐତିହାସିକ ଅଭିଜ୍ଞତାର ବ୍ୟବହାର କରି ଆରମ୍ଭ ହୋଇଥିଲା ସର୍ଭେ । ଜିପିଆର ହେଉଛି ଏକ୍ସରେ ଭଳି କୌଣସି ଜିନିଷକୁ ନ ଭାଙ୍ଗି, ତା’ର ମାଟି ତଳେ ଥିବା ସଂରଚନା ଓ ସ୍ମୃତିସ୍ଥାନ ଚିହ୍ନଟ କରିବାର ଏକ ଜ୍ଞାନକୌଶଳ ।
ସେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିରର ଚତୁର୍ପାଶ୍ୱ, ଦେବୀପାଦହରା ପୁଷ୍କରିଣୀ ଓ ଶୁକଶାରୀ ମନ୍ଦିର ପରିସରରେ ଏହି ଟିମ୍ ଏକ ବ୍ୟବସ୍ଥିତ ଓ ପୁଙ୍ଖାନୁପୁଙ୍ଖ ସର୍ଭେ କରିଥିଲେ । ଅତ୍ୟାଧୁନିକ ଜିପିଆର୍ ଯନ୍ତ୍ରପାତିର ବ୍ୟବହାର କରି, ମାଟିର ବିଭିନ୍ନ ସ୍ତରକୁ ସେମାନେ ପରୀକ୍ଷଣ କରିଥିଲେ । ଫଳରେ ଏକ ଥ୍ରିଡି ପ୍ରତିଛବି ସୃଷ୍ଟି କରିବା ସହ ତଳେ ଲୁଚି ରହିଥିବା ସମ୍ଭାବ୍ୟ ପ୍ରତ୍ନତାତ୍ୱିକ ଧରୋହରର ମ୍ୟାପିଂ ସମ୍ଭବ ହୋଇଥିଲା । ଏହି ସର୍ଭେକ୍ଷଣରେ ଅନେକ ଲୁଚି ରହିଥିବା ସତ୍ୟ ସାମ୍ନାକୁ ଆସିଥିଲା । ଯାହା ଆମର ପୁରାତନ ସଭ୍ୟତା ଓ ପୂର୍ବପୁରୁଷମାନଙ୍କର ଭକ୍ତିର ପ୍ରମାଣ ରଖିଥିଲା । ସେହିପରି ଖନନ ଓ ଅଧ୍ୟୟନ ପାଇଁ ଅପେକ୍ଷାରତ, ମାଟି ତଳେ ପୋତି ହୋଇଥିବା ସଂରଚନା, ଯେପରିକି ମନ୍ଦିର, ସଂଲଗ୍ନ ପ୍ରାଚୀର ଓ ଆବାସିକ ସ୍ଥାନ ଗୁଡ଼ିକୁ ମଧ୍ୟ ଲୋକଲୋଚନକୁ ଆଣିଥିଲା । ଏହି ଅନୁସନ୍ଧାନ ଅପାର ସାଂସ୍କୃତିକ, ଐତିହାସିକ ଓ ପ୍ରନôତାତ୍ୱିକ ମୂଲ୍ୟ ଧାରଣ କରିବା ସହ ଆମ ଗୌରବମୟ ଉଜ୍ଜ୍ୱଳ ଅତୀତର ବିସ୍ତୃତ ଚିତ୍ର ଆଙ୍କିବାକୁ ବଳ ଯୋଗାଇଥିଲା ।
ଏହି ଅନୁସନ୍ଧାନର ମହତ୍ୱକୁ ଅଣଦେଖା କରିହେବ ନାହିଁ । କିନ୍ତୁ ଏଏସଆଇ ସହଯୋଗରେ ଆଇଆଇଟି ଗାନ୍ଧିନଗରର ଦେଇଥିବା ତଥ୍ୟକୁ ଓଡ଼ିଶା ସରକାର ଦୁଇ ବର୍ଷ ହେଲା ଅଣଦେଖା କରିଛନ୍ତି । ଠିକ୍ ସେହି ସମୟରେ ପୁଣି ଏକ ଭୂମିପୂଜନ ନାଁରେ ରାଜନୈତିକ ମଂଚ ତିଆରି କରି ଲୋକଙ୍କୁ ଭୂଆଁ ବୁଲାଇବାର ଯେଉଁ ପ୍ରହେଳିକା ତିଆରି କରାଯାଉଛି, ତାହାକୁ ଆମେ ନିନ୍ଦା କରୁଛୁ । ଗତକାଲି ଏକ ଘଟଣା ଗଣମାଧ୍ୟମରେ ଦେଖିବାକୁ ପାଇଲି, କ୍ୟାବିନେଟ୍ ମନ୍ତ୍ରୀଙ୍କ ଆଗରେ ବ୍ୟକ୍ତିଗତ ସହାୟକ ଚାଲୁଛନ୍ତି । ବ୍ୟକ୍ତିଗତ ସହାୟକଙ୍କ ପଛରେ ଯାଉଛନ୍ତି କ୍ୟାବିନେଟ ମନ୍ତ୍ରୀ । ଏହା ହିଁ ହେଉଛି ଓଡ଼ିଶାର ଶାସନ ଅବସ୍ଥା । ଏ ସବୁକୁ ଅନୁଧ୍ୟାନ କଲେ ସୌନ୍ଦର୍ଯ୍ୟକରଣ ନାଁରେ କେବଳ ରାଜନୀତି କରିବା ହିଁ ମୂଳ ଲକ୍ଷ୍ୟ ବୋଲି ଜଣାପଡୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜିଲ୍ଳା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ୍ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।