ମାଞ୍ଚେଷ୍ଟର,୧୦ା୯(ଏଜେନ୍ସି): କ୍ରିକେଟ୍ ଦୁନିଆର କିଏ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏହାକୁ ନେଇ ଅନେକ ସମୟରେ ବିତର୍କ ହୋଇଥାଏ । ଯେଉଁ ବ୍ୟାଟ୍ସମ୍ୟାନ୍ଙ୍କ ସମ୍ପର୍କରେ ଆଲୋଚନା ହେଉଛି ସେମାନଙ୍କ ମଧ୍ୟରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭସ୍ ସ୍ମିଥ୍, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍, ନୁ୍ୟଜିଲାଣ୍ଡର କେନ୍ ୱିଲିୟମ୍ସନ୍ ଅଛନ୍ତି । ଆହୁରି ମଧ୍ୟ ଟିମ୍
ଇଣ୍ଡିଆକୁ ଏଥିରେ ସାମିଲ କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ସ୍ମିଥ୍ ଓ କୋହଲି ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି । ତେବେ ସ୍ମିଥ୍ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହିଁଛନ୍ତି । ଅଷ୍ଟ୍ରେଲିଆର ରନ୍ ମେସିନ୍ ଭାବେ ପରିଚିତ ସ୍ମିଥ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ୱର ସର୍ବୋତ୍ତମ ଦିନିକିଆ ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି । ଉଭୟ ବ୍ୟାଟ୍ସମ୍ୟାନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଖେଳିବେ । ପରେ ପରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସମ୍ମୁଖନ ହେବେ ।
Next Post
