କେନ୍ଦ୍ରାପଡା , ୧୦/୯ (Rabindra Dash) :କେନ୍ଦ୍ରାପଡା ଜିଲ୍ଲା ମାର୍ଶଘାଇ ଥାନା ଅର୍ନ୍ତଗତ ପଲାସପୁର ନିକଟ ଲୁଣା ନଦୀରେ ଭାସିଭାସି ଯାଉଥିବା ଅଚିହ୍ନା ଯୁବକ ଯୁବତୀଙ୍କ ମୃତ ଦେହକୁ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଗୁରୁବାର ସକାଳେ ଦୁଇ ଅଚିହ୍ନା ଯୁବକ ଯୁବତୀଙ୍କ ଗଳିତ ଶବ ଲୁଣା ନଦୀରେ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ । ତେବେ ମୃତ ଦେହ ପାଖାପାଖି ଯୋଡିହୋଇ ଭାସୁଥିବା ଦେଖି ଏହି ନଦୀକୂଳିଆ ଲୋକମାନେ ଚକିତ ହୋଇଥିଲେ ।
ଦେଖଣାହାରୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ତଳରେ ପହଂଚି ଏହି ଶବକୁ ନଦୀରୁ ଉଦ୍ଧାର କରିଥରଲା ତେବେ ଏହି ଶବ ଦ୍ୱୟର ହାତ ବନ୍ଧା ଦୃଶ୍ୟ କୈାଣସି ହତାଶ ପ୍ରେମିକ ଓ ପ୍ରେମିକାର ଅନ୍ତିମ ନିଷ୍ପତ୍ତି କୁ ଇଙ୍ଗିତ କରୁଥିବାର ଲୋକେ ଆଲୋଚନା କରୁଛନ୍ତି ।
ଖବର ଲେଖା ହେଲା ପର୍ଯ୍ୟନ୍ତ ଏହି ଶବ ଦ୍ୱୟର ପରିଚୟ ମିଳି ନାହିଁ । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ କାଲି ଏହି ଦୁଇ ଶବ କଟକ ଜିଲ୍ଲାର ସାଲେପୁର ଓ ନେମାଳ ଥାନା ଅଂଚଲଦେଇ ଭାସି ଭାସି ଆସିଥିଲା । ଏହାର ଫଟୋ ବିଭିନ୍ନ୍ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲ ମଧ୍ୟ କେହି ଏମାନଙ୍କର ଦାବିଦାର ମିଳି ନାହଁନ୍ତି କିମ୍ବା ଏ ସବୁ ଥାନାରେ କୈାଣସି ମିସିଂ ରିପୋର୍ଟ ଏମାନଙ୍କ ବିଷୟରେ ନାହିଁ । ତେବେ ଏମାନଙ୍କୁ ନେଇ ମାର୍ଶାଘାଇ ଥାନା ଅନୁସନ୍ଧାନ ଜାରି ରଖିଛି ବୋଲି ଭାରପ୍ରାପ୍ତ ଇନ୍ସିପେକ୍ଟର କାଳନ୍ଦୀ ବେହେରା ସୂଚନା ଦେଇଛନ୍ତି । ।
