ଆସିକା : (ସୁଶାନ୍ତ କୁମାର ପଟ୍ଟନାୟକଙ୍କ) : ଉଦ୍ଘାଟନ ହେଲା ପୁଣି ବନ୍ଦ ହେଲା। ଗଂଜାମ ଜିଲ୍ଲା ଆସିକା ସ୍ଥିତ ରଘୁନାଥ ଲଜ୍ ସାମ୍ନାରେ ଶନିବାର କଲିକତା ଫ୍ୟାସ୍ନ ବଜାରର ଉଦଘାଟନ ହୋଇଥିବା ବେଳେ କରୋନା ନିୟମ ଉଲ୍ଳଂଘନ ହୋଇଥିବା ଯୋଗୁଁ ଏହି ଫ୍ୟାସ୍ନ ବଜାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆସିକା ପୋଲିସ୍ ବନ୍ଦ କରି ଦେଇଛି।
ପାର୍କିଂ ବ୍ୟବସ୍ଥା ନଥିବାରୁ ଏଠାରେ ନାହିଁ ନଥିବା ଜନ ଗହଳି ଦେଖିବାକୁ ମିଳିଥିଲା । ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଘଟଣାକୁ ନେଇ ଆସିକା ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ଏହି ସପିଂ ମଲକୁ ଅନିର୍ଦ୍ଦିଷ୍ଟ କାଳପାଇଁ ବନ୍ଦ କରାଯାଇଛି।ଏଥି ସହିତ କଲିକତା ଫ୍ୟାସ୍ନ ବଜାର ଦ୍ବାରା ପ୍ରଚାର ନିମନ୍ତେ ବୁଲୁଥିବା ଗାଡିକୁ ମଧ୍ୟ ଜବତ କରିଛି ପୋଲିସ।